Latest Odisha News

ପୂର୍ବତଟ ରେଳପଥ ପକ୍ଷରୁ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା ବୃଦ୍ଧି

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ, ଆଉ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ଦେଇ ପୂଜା ଓ ଶୀତ ସମୟରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଟ୍ରେନ୍ ଗୁଡିକ ହେଉଛି…

ପୁରୀ-ପାଟନା ସ୍ୱତନ୍ତ୍ର:
୦୮୪୩୯/୦୮୪୪୦ ପୁରୀ-ପାଟନା-ପୁରୀ ସ୍ପେଶାଲ ପୁରୀରୁ ପ୍ରତ୍ୟେକ ଶନିବାର ଦିନ ମଧ୍ୟାହ୍ନ ୨ ଟା ୫୫ ମିନିଟରେ ଏବଂ ପ୍ରତ୍ୟେକ ରବିବାର ମଧ୍ୟାହ୍ନ ୧ ଟା ୪୫ ମିନିଟରେ ପାଟନା ଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ ୩୦ ଡିସେମ୍ବର, ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର-ଧାନବାଦ୍ ସ୍ୱତନ୍ତ୍ର:

୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ବର୍ତ୍ତମାନ ୩୦ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ପୁରୀ-ଭଞ୍ଜପୁର ବିଶେଷ:

୦୮୦୧୧/୦୮୦୧୨ ଭଞ୍ଜପୁର (ବାରିପଦା)-ପୁରୀ-ଭଞ୍ଜପୁର ସ୍ପେଶାଲ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁରରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାରରେ ପୁରୀ ଠାରୁ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବ୍ରହ୍ମପୁର-ସୁରଟ ବିଶେଷ:

୦୯୦୬୯/୦୯୦୭୦ ସୁରଟ-ବ୍ରହ୍ମପୁର-ସୁରଟ ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ବୁଧବାର ଦିନ ଅପରାହ୍ନ ୨ ଟା ୨୦ ମିନିଟରେ ସୁରଟ ଠାରୁ ଓ ପ୍ରତ୍ୟେକ ଶୁକ୍ରବାର ଦିନ ବ୍ରହ୍ମପୁରରୁ ଭୋର ୩ ଟା ୩୦ ମିନିଟରେ ଛାଡିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ 8 ନଭେମ୍ବରରୁ ୨୯ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ମାଳତୀପାଟପୁର (ପୁରୀ)- ଗୋମତି ନଗର (ଲକ୍ଷ୍ନୌ) ବିଶେଷ:

୦୫୦୬୮/୦୫୦୬୭ ଗୋମତି ନଗର-ମାଳତୀପାଟପୁର ସ୍ପେଶାଲ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୬ ଟା ୫୫ ମିନିଟରେ ଗୋମତି ନଗରରୁ ଯାତ୍ରା ପ୍ରାରମ୍ଭ କରିବାକୁ ଥିବାବେଳେ ପ୍ରତ୍ୟେକ ଶନିବାର ଦିନ ମାଲତିପାଟପୁରରୁ ପୂର୍ବାହ୍ନ ୧୦ ଟାରେ ଛାଡିବ ଏବଂ ଏହା ୯ ନଭେମ୍ବରରୁ ୨ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର-ଚେନ୍ନାଇ ସ୍ୱତନ୍ତ୍ର:

୦୬୦୭୩/୦୬୦୭୪ ଚେନ୍ନାଇ-ଭୁବନେଶ୍ୱର-ଚେନ୍ନାଇର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ସୋମବାର ଦିନ ଚେନ୍ନାଇରୁ ରାତ୍ରି ୧୧ ଟା ୪୫ ମିନିଟରେ ଛାଡିବାକୁ ଥିବାବେଳେ ଭୁବନେଶ୍ୱର ଠାରୁ ପ୍ରତ୍ୟକ ମଙ୍ଗଳବାର ରାତି ୯ ଟାରେ ଛାଡିବ ଏବଂ ଏହା ୧୩ ନଭେମ୍ବରରୁ ୨୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ସାନ୍ତ୍ରାଗାଛି-ଚେନ୍ନାଇ ସ୍ୱତନ୍ତ୍ର:

୦୬୦୭୧/୦୬୦୭୨ ସାନ୍ତ୍ରାଗାଛି-ଚେନ୍ନାଇ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ରାତି ୧୧ ଟା ୪୫ ମିନିଟରେ ଚେନ୍ନାଇ ଛାଡିବାକୁ ଥିବାବେଳେ ସାନ୍ତ୍ରାଗାଛି ଠାରୁ ପ୍ରତି ସୋମବାର ଭୋର ୫ ଟାରେ ଛାଡିବ ଏବଂ ଏହା ୧୧ ନଭେମ୍ବରରୁ ୨୭ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ସାନ୍ତ୍ରାଗାଛି-ପୁରୀ ବିଶେଷ:

୦୨୮୩୭/୦୨୮୩୮ ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛିରୁ ଏବଂ ପୁରୀରୁ ପ୍ରତ୍ୟେକ ଶନିବାରରେ ଛାଡୁଥିବା ସ୍ୱତନ୍ତ୍ର ଟ୍ରେନ ବର୍ତ୍ତମାନ ୨୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭଞ୍ଜପୁର (ବାରିପଦା)-ପୁରୀ ବିଶେଷ:

୦୮୦୧୧/୦୮୦୧୨ ଭଞ୍ଜପୁର-ପୁରୀ-ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଛାଡୁଥିବା ଏବଂ ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀରୁ ଛାଡୁଥିବା ବିଶେଷ ଟ୍ରେନ ବର୍ତ୍ତମାନ ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।
ସିଆଲଦା (କୋଲକାତା) -ପୁରୀ ବିଶେଷ:

୦୩୧୦୧/୦୩୧୦୨ ସିଆଲଦା-ପୁରୀ-ସିଆଲଦା ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶନିବାର ଦିନ ସିଆଲଦା ଠାରୁ ଏବଂ ପ୍ରତି ରବିବାର ରବିବାର ଦିନ ପୁରୀ ଠାରୁ ଛାଡୁଥିବା ବିଶେଷ ଟ୍ରେନ ୨୬ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ସମ୍ବଲପୁର-ଏରୋଡ ସ୍ପେଶାଲ:

୦୮୩୧୧/୦୮୩୧୨ ସମ୍ବଲପୁର-ଏରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ବୁଧବାରରେ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟେକ ଶୁକ୍ରବାର ଦିନ ଏରୋଡରୁ ଛାଡୁଥିବା ବିଶେଷ ଟ୍ରେନ ବର୍ତ୍ତମାନ ୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

କଟକ-ହାଇଦ୍ରାବାଦ ବିଶେଷ:

୦୭୧୬୫/୦୭୧୬୬ ହାଇଦ୍ରାବାଦ-କଟକ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ମଙ୍ଗଳବାର ରାତ୍ରି ୮ ଟା ୧୦ ମିନଟରେ ହାଇଦ୍ରାବାଦ ଠାରୁ ଏବଂ ପ୍ରତି ବୁଧବାର ଦିନ ରାତ୍ରି ୧୦ ଟା ୩୦ ମିନଟରେ କଟକ ଠାରୁ ଛାଡିବାକୁ ଥିବାବେଳେ ଏହା ୭ ନଭେମ୍ବରରୁ ୨୨ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚଳାଚଳ କରିବ ।

ଭୁବନେଶ୍ୱର ନୂଆ-ବାଙ୍ଗାଲୋର ସ୍ୱତନ୍ତ୍ର:

୦୬୨୮୭/୦୬୨୮୮ ବାଙ୍ଗାଲୋର-ଭୁବନେଶ୍ୱର ନୂଆ-ବାଙ୍ଗାଲୋର ଅଣ-ସଂରକ୍ଷିତ ସ୍ୱତନ୍ତ୍ର ଟ୍ରେନ୍ ୧୦ ନଭେମ୍ବର (ଶୁକ୍ରବାର) ଦିନ ଭୋର ୪ ଘଣ୍ଟାରେ ବାଙ୍ଗାଲୋର ଠାରୁ ଏବଂ ୧୧ ନଭେମ୍ବର ୨୦୨୩ (ଶନିବାର) ଦିନ ଭୁବନେଶ୍ୱରରୁ ସକାଳ ୮ ଟା ୧୫ ମିନିଟରେ ଭୁବନେଶ୍ୱର ନୂଆ ଷ୍ଟେସନ ଠାରୁ ଛାଡିବ ।

ଉପରୋକ୍ତ ଟ୍ରେନ ଗୁଡିକ ବ୍ୟତୀତ, ୦୮୫୭୯/୦୮୫୮୦ ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୪୩/୦୮୫୪୪ ବିଶାଖାପାଟନମ୍-ବାଙ୍ଗାଲୋର-ବିଶାଖାପାଟନମ୍ ସ୍ପେଶାଲ୍, ୦୮୫୮୩/୦୮୫୮୪ ବିଶାଖାପାଟନମ୍-ତିରୁପତି-ବିଶାଖାପାଟମ୍ ବିଶେଷ ଟ୍ରେନ ଗୁଡିକ ନଭେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ । ୦୮୫୮୬ ବିଶାଖାପାଟନମ-କୁର୍ନୁଲ ସିଟି-ବିଶାଖାପାଟନମ ସ୍ପେଶାଲ ୧୫ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଚାଲିବ ।

ପୂର୍ବତଟ ରେଳପଥ ନିୟମିତ ଭାବେ ଯାତ୍ରୀ ପ୍ରୋଫାଇଲ ପରିଚାଳନାକୁ ସମୀକ୍ଷା କରି ଉପରୋକ୍ତ ମାର୍ଗ ଗୁଡିକର ଟ୍ରେନ୍ ଗୁଡିକରେ ଅତିରିକ୍ତ ଯାତ୍ରୀ ଚାହିଦାକୁ ସମୀକ୍ଷା କରୁଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

Comments are closed.