Latest Odisha News

BREAKING NEWS

ଉତ୍କଣ୍ଠା ସୃଷ୍ଟି କରୁଛି ବବିଙ୍କ ଖଳନାୟକ ରୂପ

ମୁମ୍ବାଇ: ଆନିମଲ ଫିଲ୍ମ ମାଧ୍ୟମରେ ବବି ଦେଓଲ ନିଜ କ୍ୟାରିୟରକୁ ବଂଚାଇବାରେ ସଫଳ ହୋଇଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ଖଳନାୟକ ଭାବେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ଏବେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ନାମ ଘୋଷଣା କରାଯାଇ ନ ଥିବା ଏହି ଫିଲ୍ମରେ ବବିଙ୍କୁ ପୂନର୍ବାର ଖଳନାୟକ ଭାବେ ଦେଖିବାକୁ ମିଳିବ । ଏଥିରେ ସେ ଜଣେ ପ୍ରଫେସରଙ୍କ ଭୂମିକା କରୁଛନ୍ତି । ନୂତନ ପୋଷ୍ଟରରେ ବବି ଜ୍ୟାକେଟ, ଡାର୍କ ରିମର ଚଷମା ପିନ୍ଧିଥିବା ବେଳେ ଆଖିରେ ଏକ ମାରାତ୍ମକ ଲୁକ ଦେଉଛନ୍ତି । ରିପୋର୍ଟ ମୁତାବକ ସେ ଜଣେ ପାଗଳ ବୈଜ୍ଞାନିକ ଭୂମିକାରେ ଅଭିନୟ କରୁଛନ୍ତିି ।

ସୋସିଆଲ ମିଡିଆରେ ତାଙ୍କର ଏହି ଲୁକ ଭାଇରାଲ ହେବାରେ ଲାଗିଛି । ଦର୍ଶକ ଏହାକୁ ଆଗ ଲଗା ଦୋ ଟ୍ୟାଗ ସହ ପୋଷ୍ଟ କରିଛନ୍ତି । ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯାଇ ନାହିଁ । ଖୁବ ଶୀଘ୍ର ମେକର୍ସ ଏହା ଘୋଷଣା କରିବେ ଏବଂ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ତାଙ୍କୁ ଭିଲିଆନ ଭାବେ ଆଉ ଏକ ରୋମାଂଚକ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।

Comments are closed.