Latest Odisha News

BREAKING NEWS

ଅଫିସରେ ଷ୍ଟାଇଲିସ୍ ଲୁକ୍…

ଭୁବନେଶ୍ୱର: ଆଜିକାର ସମୟରେ ଉଭୟ ମହିଳା ଓ ପୁରୁଷ ସବୁବେଳେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି, କିନ୍ତୁ ଅନେକାଂଶ ସମୟରେ ତାହା କିପରି କରିବେ ଜାଣିପାରନ୍ତି ନାହିଁ । ସେହିପରି ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ରହିଥାନ୍ତି, ସେ ପୋଷାକ ହେଉ,ଫୁଟ୍ ୱେୟାର୍ ବା ହ୍ୟାଣ୍ଡ୍ ବ୍ୟାଗ ବାଛିବା ହେଉ ।

ଜାଣନ୍ତୁ କେଉଁ ଭଳି ପୋଷାକ ଆପଣାଇ ଅଫିସରେ ଆପଣ ଷ୍ଟାଇଲିସ୍ ଓ ଏଲିଗେଟ୍ ଦେଖାଯିବେ ।

• ଅଫିସରେ ଲମ୍ବା ସାର୍ଟ ବଦଳରେ ଫ୍ଲପି ଟପ୍ ପିନ୍ଧନ୍ତୁ , ଏଥିରେ ଆରାମ ଅନୁଭବ କରିବା ସହିତ ସୁନ୍ଦର ଲାଗିବେ ।

• ସ୍କିନ୍ ଫିଟ୍ ଟ୍ରାଉଜରସ୍ ପିନ୍ଧନ୍ତୁ ନାହିଁ, ନିଜକୁ କମ୍ଫରଟେବଲ୍ ଲାଗିବା ଭଳି ପ୍ୟାଣ୍ଟସ ପିନ୍ଧନ୍ତୁ । ଏହାଦ୍ୱାରା ଆପଣ ସହଜରେ କନଫିଣ୍ଡେସ୍ ସହ ଚଲାବୁଲା କରିପାରିବେ ।

• ଉଚ୍ଚତା କମ୍ ଥିଲେ ପାଦକୁ ଆରାମ ଲାଗିଲା ଭଳି ହିଲ୍ ପିନ୍ଧିବା ପାଇଁ ଟ୍ରାଏ କରନ୍ତୁ ।

• ଏହାଛଡା ଆବଶ୍ୟକ ଅନୁସାରେ ହ୍ୟାଣ୍ଡ୍ ବ୍ୟାଗ୍ ବାଛନ୍ତୁ, ଅଫିସର ଫାଇଲ୍ ସବୁ ନେବା ଆଣିବା କରିବାକୁ ପଡୁଥିଲେ ବଡ ହ୍ୟାଣ୍ଡ୍ ବ୍ୟାଗ୍ ର ବ୍ୟବହାର କରନ୍ତୁ ନଚେତ୍ ଛୋଟ ହ୍ୟାଣ୍ଡ୍ ବ୍ୟାଗ୍ କ୍ୟାରି କରନ୍ତୁ ।

ସେହିପରିଏକ ସ୍ମାର୍ଟ ଡ୍ରେସକୁ ଆଟ୍ରାକଟିଭ୍ ବନାଇଥାଏ ଷ୍ଟାଇଲିସ୍ ଫୁଟୱେୟାର, ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଏକ ପ୍ରଫେସନାଲ୍ ଲୁକ୍ ପାଇବା ଲାଗି ନିଜ ଫୁଟ୍ୱେୟାର ପ୍ରତି ଧ୍ୟାନ ଦେବା ଜରୁରି ହୋଇଥାଏ ।

Leave A Reply

Your email address will not be published.