Latest Odisha News

BREAKING NEWS

ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପ୍ରାପ୍ତ ଡି.ପ୍ରକାଶ ରାଓ ଅସୁସ୍ଥ ହୋଇ କଟକ ବଡ ମେଡିକାଲର ମେଡିସିନ୍ ୱାଡର ଆଇସିୟୁରେ ଚିକିତ୍ସାଧିନ ରହିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲକୁ ଚିକିତ୍ସା ଲାଗି ଅଣାଯାଇଥିଲା ।

ଗଣମାଧ୍ୟମକୁ ସୂଚନାଦେଇ ବୁଧବାର ଦିନ ତାଙ୍କ ପତ୍ନୀ ପି.ବିଜୟଲକ୍ଷ୍ମୀ କହିଛନ୍ତି, “ସେ ଅନୁଗୁଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଯାଇଥିଲେ । ପରେ ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବା ନେଇ କହିଥିଲେ । ଫଳରେ ତାଙ୍କୁ ସଙ୍ଗେସଙ୍ଗେ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ବେଳେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

କଟକ ସହରର ଜଣେ ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ଚା’ ବିକ୍ରି କରି କଟକର ପ୍ରାଥମିକ ବିଦ୍ୟାଳୟ ଏବଂ ଆଶା ଓ ଆଶ୍ୱାସନା ନାମରେ ଏକ ସ୍ମୁଲ ସ୍ଥାପନା କରି ବସ୍ତି ପିଲାଙ୍କୁ ପ୍ରାୟ ୨୦୦୦ ମସିହାରୁ ମାଗଣାରେ ପାଠ ପଢିବାର ସୁଯୋଗ ଦେଇଆସୁଛନ୍ତି ।

ଡି. ପ୍ରକାଶ ରାଓଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ବର୍ଷ ମାର୍ଚ୍ଚ ମାସରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.