Latest Odisha News

ମଝି ଆକାଶରେ ସ୍କୁଟର ଚଳାଇଲେ ଯୁବକ,ଲୋକେ ଆଶ୍ଚର୍ଯ୍ୟ

ହିମାଚଳ ପ୍ରଦେଶ: ଆଜିକାଲି ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି । ନିଜ ଜୀବନକୁ ବାଜି ବି ଲଗାଇ ଦେଇଥାନ୍ତି । ଏପରି ଜଣେ ଯୁବକ ତାଙ୍କ ଦକ୍ଷତା ହେତୁ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ସେ ଆକାଶରେ ସ୍କୁଟର ଚଳାଉଥିବା ଭାଇରାଲ ଭିଡିଓରେ ଦେଖାଯାଇଛି ।

ହିମାଚଳ ପ୍ରଦେଶରେ ଏହି ରୋମାଞ୍ଚକର ଦୁଃସାହସିକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ପାରାଗ୍ଲାଇଡିଂ ଟ୍ରେଲର ଏକ ଇଲେକ୍ଟ୍ରୋନିକ ସ୍କୁଟରରେ ବସି ପାରାଗ୍ଲାଇଡିଂ ପାଇଁ ଆକାଶରେ ଉଡିଥିଲେ ଏବଂ ଏହି ଉଡ଼ାଣ ସଫଳ ହୋଇଥିଲା । ଅନେକ ଲୋକ ଏହି ପାରାଗ୍ଲାଇଡରର ଏକ ସମ୍ପୂର୍ଣ୍ଣ ଭିଡିଓ ତିଆରି କରିଥିଲେ, ଯାହା ଇଣ୍ଟରନେଟରେ ଆସିବା ମାତ୍ରେ ଭାଇରାଲ ହୋଇଥିଲା । ଏହି ଦୁଃସାହସିକ କାର୍ଯ୍ୟ ହିମାଚଳ ପ୍ରଦେଶର ବନ୍ଦଲାଧାରରେ କରାଯାଇଥିଲା । ଏହା କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ହର୍ଷ ।

ହର୍ଷ ଜଣେ ତାଲିମପ୍ରାପ୍ତ ପାରାଗ୍ଲାଇଡର । ସେ ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ କିଛି ଅଲଗା କରିବାକୁ ଚିନ୍ତା କରୁଥିଲେ । ହର୍ଷ ପଞ୍ଜାବର ଏବଂ ସେ ଏହି କାର୍ଯ୍ୟ ସମାପ୍ତ କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ବନ୍ଦଲା ଧାରକୁ ଆସିଥିଲେ । ସେ ନିଜର ଇଲେକ୍ଟ୍ରୋନିକ ସ୍କୁଟରକୁ ପାରାଗ୍ଲାଇଡର ସହିତ ବାନ୍ଧି ସ୍କୁଟର ଉପରେ ବସି ଆକାଶରେ ଉଡିଲେ । ଯେହେତୁ ଏକ ପାରାଗ୍ଲାଇଡର କେବଳ ଏକ ର୍ନିଦ୍ଦିଷ୍ଟ ଓଜନ ସହିତ ଉଡିପାରେ, ହର୍ଷ ସ୍କୁଟରରୁ ବ୍ୟାଟେରୀକୁ ବାହାର କରିଦେଇଥିଲେ । ବନ୍ଦଲା ଧାର ଏକ ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ ପାରାଗ୍ଲାଇଡିଂ ପ୍ରେମୀଙ୍କ ପାଇଁ ଏକ ସ୍ୱର୍ଗ ମଧ୍ୟ କୁହାଯାଏ ।

Comments are closed.