Latest Odisha News

BREAKING NEWS

ମହାକାଳପଡ଼ାରେ ମା’ ରାମଚଣ୍ଡୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

କେନ୍ଦ୍ରାପଡ଼ା: ମନ୍ଦିର ଫାଟକ ତାଡି ଲୁଟ୍ । ମାଆଙ୍କ ମନ୍ଦିରକୁ ବି ଛାଡ଼ିଲେନି ଡକାୟତ । ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳରେ ଥିବା ମା’ ରାମଚଣ୍ଡୀଙ୍କ ମନ୍ଦିର ଫାଟକ ତାଡି ଲୁଟ୍ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ହୋଇଛି ।

ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ରହିଛି ମା’ ରାମଚଣ୍ଡୀ ମନ୍ଦିର । ମାଆଙ୍କର ଦୁଇଟି ସୁନା ମଙ୍ଗଳ ସୂତ୍ର , ୩ଟି ସୁନା ପଦକ, ୩ଟି ରୁପା ହାର, ରୁପା ମୁକୁଟ, ରୁପା ଖଣ୍ଡା ଗୋଟିଏ ଚୋରି ହୋଇଛି । ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.