Latest Odisha News

BREAKING NEWS

ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ଫେଲ୍, ୨ ଜଣଙ୍କୁ ପୋଲିସ ଜିମା ଦେଲେ ଲୋକ

ଭୁବନେଶ୍ୱର: ରାଜଧାନୀରେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଫେଲ୍ ମାରିଲା । ଦେଖିଦେଲେ ଲୋକ । ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସକୁ ଖବର ଦେଲେ । ପୋଲିସ ପହଞ୍ଚି ଦୁଇ ଜଣ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି । ଭୁବନେଶ୍ୱର ଓଲ୍ଡ ଟାଉନ୍ ଅନ୍ତର୍ଗତ ବଢ଼େଇବାଙ୍କ ଅଞ୍ଚଳରେ ଥିବା ଷ୍ଟେଟ୍ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଥିଲା ।

ଅଭିଯୋଗ ଅନୁସାରେ, ଦୁଇ ଜଣ ଲୁଟେରା ଏସବିଆଇ ଏଟିଏମ୍ ଭାଙ୍ଗି ଲୁଟି କରିବାକୁ ଉଦ୍ୟମ କରୁଥିଲେ । ଏକଥା ଜାଣି ପାରି ସେମାନଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକ । ଏନେ ଲିଙ୍ଗରାଜ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ସେମାନଙ୍କୁ ଗିରଫ କରିବା ସହ ଅଧିକ ଖୋଳତାଡ ଜାରି ରଖିଛି ।

Leave A Reply

Your email address will not be published.