Latest Odisha News

ଯବାନଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

କାମାକ୍ଷାନଗର: ଯବାନଙ୍କ ଘରୁ ଲୁଟ୍‌ । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନନ୍ତପୁର ଅଞ୍ଚଳରେ ରହୁଥିବା ଯବାନ ସୁଶାନ୍ତ କୁମାର ସାହୁଙ୍କ ଘରୁ ଗତ କାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ସୁଶାନ୍ତ ନିଜ ପରିବାର ଲୋକଙ୍କ ସହ କଙ୍କଡାହାଡ଼ ଥାନା ତରାଜଙ୍ଗ ଗାଁକୁ ଦୀପାବଳି ପାଳନ ପାଇଁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଲୁଟ କରିଛନ୍ତି । ଘର ଖୋଲା ହୋଇଥିବା ନେଇ ସ୍ଥାନୀୟ ପଡୋଶୀ ସୁଶାନ୍ତଙ୍କୁ ଖବର ଦେଇଥିଲେ । ଖବର ପାଇ ସୁଶାନ୍ତ ପହଞ୍ଚି କାମାକ୍ଷାନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.