Latest Odisha News

BREAKING NEWS

ଏଟିଏମ୍‌କୁ କାଟି ଦୁର୍ବୃତ୍ତ ଲୁଟିନେଲେ ୧୪. ୮୦ ଲକ୍ଷ ଟଙ୍କା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ମିସନଛକଠାରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କାଟି ଦୁର୍ବୃତ୍ତମାନେ ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଖଡ଼ିଆଳ ଏସ୍‌ବିଆଇର ଶାଖା ପରିଚାଳକ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ରବିବାର ରାତିରେ ଖଡ଼ିଆଳ ଥାନା ମିସନଠାରେ ଥିବା ଏସ୍‌ବିଆଇ ଏଟିଏମ୍‌ର ଟଙ୍କା ବାକ୍ସକୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟିଥିଲେ । ସେଥିରେ ଥିବା ୧୪ ଲକ୍ଷ ୮୦ ହଜାର ୫ଶହ ଟଙ୍କାକୁ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ସକାଳେ ସ୍ଥାନୀୟ ଲୋକ ଜାଣିବା ପରେ ଖଡ଼ିଆଳ ଷ୍ଟେଟ୍ ବ୍ୟାଙ୍କ ଅଧିକାରୀଙ୍କୁ ଜଣାଇଥିଲେ । ପରେ ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକ ଦେବୀ ପ୍ରସାଦ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଖଡିଆଳ ଥାନାରେ ଏତଲା ଦେଇଥିଲେ ।

ନୂଆପଡ଼ା ଏସ୍‌ପି ଜି. ଆର ରାଘବେନ୍ଦ୍ର ଓ ଖଡ଼ିଆଳ ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ଥାନା ଅଧିକାରୀ ପ୍ରଦୀପ ଧରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ସେଠାରେ ଲାଗିଥବା ସିସିଟିଭି ଫୁଟେଜ୍‌କୁ ନେଇ ତଦନ୍ତ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୁଟେରାମାନଙ୍କ କୌଣସି ଟେର ପାଇ ନାହିଁ । ଏ ନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇଛି । ଖୁବ୍‌ଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି ।

Comments are closed.