ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ କବଳରୁ ବର୍ତ୍ତି ପାରିଲେନି ଖୋଦ୍ IPSଙ୍କ ପରିବାର । ଗତକାଲି ରାତିରେ ଲୁଟର ଶିକର ହୋଇଛନ୍ତି IPS ସାଗରିକା ନାଥଙ୍କ ବାପା ଓ ମା । ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଲୁଟର ଶିକାର ହୋଇଛନ୍ତି IPS ସାଗରିକାଙ୍କ ବାପା,ମା ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଆମ୍ରି ହସ୍ପିଟାଲ ନିକଟସ୍ଥ ସତ୍ୟସାଇ ଏନକ୍ଲେଭ ସ୍ଥିତ ନିଜ ବାସଭବନକୁ ଫେରୁଥିଲେ ସାଗରିକାଙ୍କ ବାପା ଓ ମା । ସେହିସମୟରେ ୨ଜଣ ଦୁର୍ବୁତ୍ତ ବାଇକ ଯୋଗେ ଆସି ସେମାନଙ୍କ କାର ଅଟକାଇବା ସହ ସେମାନଙ୍କ ଠାରୁ ଲୁଟ ଉଦ୍ୟମ କରିଥିଲେ । ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ପ୍ରାୟ କିଛି ସମୟ ଧରି ସେଠାରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜି ଥିଲା । ଶେଷରେ ଦୁର୍ବୁତ୍ତମାନେ ସାଗରିକାଙ୍କ ବାପା, ମାଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଛଡ଼ାଇନେବାରେ ସଫଳ ହୋଇଥିଲେ । ଏନେଇ ଭରତପୁର ଥାନାରେ ଏତଲା ଦେଇଛନ୍ତି ସାଗରିକାଙ୍କ ବାପା, ମା । ଏତଲା ଦାୟର ପରେ ପୋଲିସ ଘଟଣାର ଛାନଭିନ ଚଳାଇଛି । ପୁର୍ବତନ ଟ୍ରାଫିକ ଡ଼ିସିପି ବର୍ତ୍ତମାନ ବାଲେଶ୍ୱର ଏସିପି ଭାବରେ କର୍ଯ୍ୟରତ ଅଛନ୍ତି IPS ସାଗରିକା ।
Comments are closed.