Latest Odisha News

BREAKING NEWS

ଅଟଲୀଙ୍କ ଫିଲ୍ମରେ ବରୁଣ, ଆସନ୍ତା ବର୍ଷ ମେ ୩୧ରେ ହେବ ରିିଲିଜ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଫିଲ୍ମ ମେକର୍ସ ଅଟଲୀ କୁମାର ଏବେ ଶାହାରୁଖ ଖାଁ ଯବାନ ଅଭିନୀତ ଫିଲ୍ମ ନେଇ ଚର୍ଚ୍ଚାରେ ଅଛନ୍ତି । ଇତି ମଧ୍ୟରେ ଅଟଲୀଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ଅପଡେଟ ଆସିଛି । ଏହି ଆକ୍ସନ ଡ୍ରାମାରେ ବରୁଣଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନାମ ଘୋଷଣା କରା ଯାଇ ନ ଥିଲେ ମଧ୍ୟ ଏବେ ଏହାକୁ ଭିଡି ୧୮ ରଖାଯାଇଛି । ଏହାକୁ ଆସନ୍ତା ବର୍ଷ ମେ ୩୧ରେ ରିଲିଜ କରିବା ପାଇଁ ସ୍ଥିର କରାଯାଇଛି । ଅଟଲୀଙ୍କ ସମସ୍ତ ଫିଲ୍ମ ଦର୍ଶକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଥାଏ । ବରୁଣ ମଧ୍ୟ ଏହି ଫିଲ୍ମ ନେଇ ବେଶ ଉତ୍ସାହିତ ଅଛନ୍ତି ବୋଲି ଜଣାପଡିଛି । କାଲିସ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ।

ଫିଲ୍ମର ଅଭିନେତ୍ରୀ ଏବଂ ଅନ୍ୟ ଷ୍ଟାର କାଷ୍ଟ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ । ବରୁଣ ଏବେ ଜାହ୍ନବୀ କାପୁର ଅଭିନୀତ ବବାଲ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଦଙ୍ଗଲ ଫେମ ନୀତେଶ ତିୱାରୀ ଏହାର ନିର୍ଦ୍ଦେଶନା ନେଇଛନ୍ତି ।

Leave A Reply

Your email address will not be published.