Latest Odisha News

BREAKING NEWS

ବିଧାୟକଙ୍କ ଘରୁ ଚୋରି

କଟକ: ବିଧାୟକଙ୍କ ଘରୁ ଚୋରି। କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ବା ବର୍ତ୍ତମାନର ଯୁବ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ମହାନଦୀ ବିହାରସ୍ଥିତ ବାସଭବନରୁ ଗତକାଲି ରାତିରେ ଲୁଟ୍ ହୋଇଛି।

ପ୍ରଭାତ ବିଶ୍ୱାଳଙ୍କ ଏକ ଘରୁ ଲ୍ୟାପଟପ୍ ସହ ଏକ ମୋବାଇଲ ଲୁଟି ନେଇଛନ୍ତି କୌଣସି ଦୁର୍ବୃତ୍ତ। ତାଙ୍କ ଝିଅ ସକାଳୁ ଉଠିଲା ପରେ ଏହି ଘଟଣା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ବିଧାୟକଙ୍କ ଘର କାମ ଚାଲିଥିବାବେଳେ ଏହାର ସୁଯୋଗ ନେଇ ତଳ ମହଲାରୁ ଉପର ମହଲା ଦେଇ ଘରୁ ଲ୍ୟାପଟପ୍ ଆଉ ମୋବାଇଲ ଲୁଟି ନେଇଯାଇଥିଲେ ଲୁଟେରା।

ଚାଉଳିଆଗଞ୍ଜ ଥାନାକୁ ଚୋରି ହୋଇଥିବା ସମ୍ପର୍କରେ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଥାନାରେ ଏନେଇ ମାମଲା ହୋଇଛି। ଘଟଣାରେ କେଉଁ ଲୁଟେରାର ସମ୍ପୃକ୍ତି ରହିଛି ସେ ବିଷୟରେ ଅଧିକ ଛାନଭିନ୍ ଚଳାଇଛି ଚାଉଳିଆଗଞ୍ଜ ଥାନା ପୋଲିସ୍।

Comments are closed.