Latest Odisha News

BREAKING NEWS

ରାସ୍ତା କଡ଼ରୁ ମିଳିଲା ଲୁଟ ଭୋଟ୍ ବାକ୍ସ

ଜଗତସିଂହପୁର: ରାସ୍ତାକଡ଼ରୁ ମିଳିଲା ଲୁଟ ଭୋଟ୍‌ ବାକ୍ସ । ଗତକାଲି ଜଗତସିଂହପୁର ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳ ଭୋଟ୍ ବାକ୍ସ ଚୋରି ହୋଇଯାଇଥିଲା। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ବୁଥକୁ କବଜା କରି ନେଇଥିବା ବେଳେ ଆତଙ୍କରାଜ ଖେଳାଇଥିଲେ।

୩୫ରୁ ୪୦ ଦୁର୍ବୃତ୍ତ ପଟସରା ପଞ୍ଚାୟତର ଢୋଲବନ୍ଧ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ୨ ନମ୍ବର ବୁଥରେ ପଶି  ଆତଙ୍କରାଜ ଖେଳାଇଥିଲେ । ଲୁହା ରଡ଼, ଜିଆଇ ପାଇପ ଓ ମାରଣାସ୍ତ୍ର ଧରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତଙ୍କୁ ଆକ୍ରମଣ କରି ଭୋଟ ବକ୍ସ ଲୁଟି ନେଇଥିଲେ ।

ସେଠାରୁ ଯାଇ ଡିହ-ପଟସରା ସ୍କୁଲରେ ଗଣ୍ଡଗୋଳ କରି ଟ୍ରଙ୍କରୁ ଭୋଟ ବକ୍ସ ନେଇ ଯାଇଥିଲେ । ଯାହାଫଳରେ ଦୁଇଟି ଯାକ ବୁଥରେ ଭୋଟ ବନ୍ଦ ହୋଇଥିଲା ।

ତେବେ ଆଜି ସେହି ବୁଥ ନିକଟରୁ ୫ ଶହ ମିଟର ଦୂର କୁଳ ପଟସରା ୩ ନମ୍ବର ବୁଥ ନିକଟ ରାସ୍ତା କଡ଼ରୁ ଭୋଟ୍ ବାକ୍ସ ଉଦ୍ଧାର ହୋଇଛି ।

Comments are closed, but trackbacks and pingbacks are open.