Latest Odisha News

ରାଜଧାନୀର ଆପାର୍ଟମେଣ୍ଟରୁ ପୁଣି ଚୋରି, ତାଲା କାଟି ଲୁଟିନେଲେ

ଭୁବନେଶ୍ବର: ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ଚୋରି। ପୋଲିସ ଆଖିରେ ଧୂଳି ଦେଇ ପୁଣି କଳାକନା ବୁଲାଇଲେ ଲୁଟେରା । ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି। ଫ୍ଲାଟ ନମ୍ବର ୧୦୪ ଓ ୨୦୧ ରୁ ଲୁଟପାଟ କରିଛନ୍ତି ଲୁଟେରା ।

ଦୁଇଟି ଯାକ ଫ୍ଲାଟରେ କେହି ନଥିଲେ । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ବେଙ୍ଗାଲୁର ଯାଇଥିଲେ । ତେବେ ତାଲା କାଟି ସବୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟେରା ମୁଖା ପିନ୍ଧିଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଫ୍ଲାଟରୁ ଲୁଟ କରାଯାଇଛି। ପୋଲିସ ପାଟ୍ରୋଲିଂକୁ ଦାୟୀ କରିଛନ୍ତି ସ୍ଥାନୀୟଲୋକେ। ସୋସାଇଟିରେ ସିକ୍ୟୁରିଟି ଓ ସିସିଟିଭି କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍।

Comments are closed.