Latest Odisha News

ଧରାପଡିଲା ଲୁଟେରା ଗ୍ୟାଙ୍ଗ, ଲୁଟରେ ସ୍ତ୍ରୀ କରୁଥିଲେ ସହଯୋଗ

କଟକ: ଦୀର୍ଘ ଦିନ ପରେ କଟକ ଚୌଦ୍ୱାର ପୋଲିସ କବ୍‌ଜାରେ ଧରାପଡିଛି ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମୁଖ୍ୟ ଅଭିଯୁକ୍ତ ହରିହର ସାମଲ ତାଙ୍କ ସ୍ତ୍ରୀଙ୍କ ମାଧ୍ୟମରେ ଚୋରି ସୁନା, ରୂପା ଆଦି ଗହଣାକୁ ବିକ୍ରି କରୁଥିଲେ । ଚୌଦ୍ୱାର କପାଳେଶ୍ୱରର ପ୍ରଦୀପ ପ୍ରଧାନଙ୍କ ଘରୁ ଚୋରି ହେବାପରେ ଥାନାରେ ମାମଲା ଦାଏର କରିଥିଲେ ପ୍ରଦୀପ। ପ୍ରାୟ ୧୦ ମାସର ତଦନ୍ତ ପରେ ଏହି ଗ୍ୟାଙ୍ଗକୁ କାବୁ କରିବାରେ ଚୌଦ୍ୱାର ପୋଲିସ୍ ସଫଳ ହୋଇଛି‌। ଅନ୍ୟ ଫେରାର ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଜାରି ରଖିଛି ।

 

 

Comments are closed.