Latest Odisha News

BREAKING NEWS

ମା’ଙ୍କ ଫଟୋ ଶେୟାର କରି ଭାବୁକ ହେଲେ ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ; କହିଲେ…

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ଶ୍ୱେତା କିର୍ତ୍ତୀ ସିଂହ ଶାରଦୀୟ ନବରାତ୍ରୀ ଅବସରରେ ସୋସିଆଲ୍ ମିଡିଆରେ ନିଜ ମା’ଙ୍କ ଏକ ଫଟୋ ଶେୟାର କରିଛନ୍ତି । ଏଥିସହିତ ସୁଶାନ୍ତଙ୍କ ବିଗତ ବର୍ଷର ଏକ ପୋଷ୍ଟକୁ ଶେୟାର କରି ସେ ଭାବବିହ୍ୱଳ ହୋଇଛନ୍ତି ।

ଶ୍ୱେତା ଶେୟାର କରିଥିବା ଉକ୍ତ ପୋଷ୍ଟକୁ ଫ୍ୟାନ୍ସମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ନବରାତ୍ରୀ ଅବସରରେ ନିଜ ମା’ଙ୍କୁ ମନେ ପକାଇ ସେ ଲେଖିଛନ୍ତି “ମା’ଙ୍କ ଠାରୁ ମୁଁ ଶକ୍ତି ଓ ଜ୍ଞାନର ପ୍ରାର୍ଥନା କରୁଛି । ଆଶା କରୁଛି ଯେ ଏ ନବରାତ୍ରୀ ସମସ୍ତଙ୍କ ମଧ୍ୟରେ ଶକ୍ତି ଭରିଦେଉ” ।

https://www.instagram.com/p/CGaPqC0FT1Y/?igshid=1opl4ol4t6gh0

ସେ ଶେୟାର କରିଥିବା ସୁଶାନ୍ତଙ୍କ ପୁରୁଣା ପୋଷ୍ଟରେ ଦୁର୍ଗା ମାତାଙ୍କ ଛବି ରହିଥିବା ଦେଖିବାକୁ ମିଳୁଛି ।

https://www.instagram.com/p/CGaSZNcFpAC/?igshid=pl7s74h1psrf

ଉଲ୍ଲେଖଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.