Latest Odisha News

BREAKING NEWS

ଜୁଏଲାରୀରୁ ଡକାୟତି ଉଦ୍ୟମ ପଣ୍ଡ ,୩ ହାର୍ଡକୋର ଡକାୟତ ଗିରଫ

କଟକ : କଟକ ମର୍କତନଗର ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବାବେଳେ ତିନି ଜଣ ହାର୍ଡକୋର ଡକାୟତଙ୍କୁ ଗିରଫ କରିଛି ପୋଲିସ ।ଏହି ଡକାୟତ ଗ୍ୟାଙ୍ଗ ଏକ ଜୁଏଲାରୀ ସୋରୁମରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ।ଆଉ ତିନି ଜଣ ଡାକୟତ ଫେରାର ହୋଇଯାଇଛନ୍ତି ।ପୋଲିସ ଡକାୟତ ମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଗୁଳି , ଦୁଇଟି ମୋଟର ସାଇକେଲ , ୩ଟି ମୋବାଇଲ୍ ଜବତ କରିଛି ।

ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ଡକାୟତ ଦୁଇଜଣ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ ଜଣେ କଟକର । ଅନ୍ୟପଟେ ନିର୍ବାଚନ ପୂର୍ବରୁ ଅପରାଧି ଦମନ ଅଭିଯାନରେ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ।

Comments are closed.