Latest Odisha News

BREAKING NEWS

ଆଳୁ ରାଜନୀତିରେ ନବୀନଙ୍କ ଚିଠି, ସରଗରମ ହେଲା ଗୃହ

ଭୁବନେଶ୍ବର: କାହିଁକି ଚିଠି ଲେଖିଲେ ନବୀନ ? ନାଁ ଚିଠି ଲେଖିବାର ଅଭ୍ୟାସ ଅଛି ବୋଲି ଲେଖିଦେଲେ ? ମଙ୍ଗଳବାର ବିଧାନସଭା ଚାଲିଥିବା ବେଳେ କିଛି ଏମିତି ପ୍ରଶ୍ନ ନବୀନଙ୍କୁ ପଚାରଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ଆଳୁକୁ ନେଇ ରାଜ୍ୟ ରାଜନୀତି ତାତି ଥିବା ବେଳେ ଏହାକୁ ନେଇ ମମତାଙ୍କୁ ଚିଠି ଲେଖି ଏଥିରେ ଆଉ ଟିକେ ଘିଅ ଢାଳିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ଶାସକ ଦଳ ଖୁବ୍ ନିନ୍ଦା କରିଥିଲା । ନବୀନ ଶସ୍ତା ରାଜନୀତି କରୁଛନ୍ତି ବୋଲି କହିଥିଲା । ଅନ୍ୟପଟେ ରାଜ୍ୟରେ ଆଳୁ ଦର ଥମିଥିବା ବେଳେ ଥମିନି କିନ୍ତୁ ଆଳୁକୁ ନେଇ ଶାସକ ବିରୋଧୀଙ୍କ ଲଢେଇ । ଯାହାକୁ ନେଇ ଆଜି ନବୀନଙ୍କୁ କଡା ସମାଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଡ ଚନ୍ଦ୍ର ପାତ୍ର ।

ଗୃହ ମୁଲତବି ଆଲୋଚନା ବେଳେ ବିରୋଧୀ ଦଳ ନେତା କାହିଁକି ଚିଠି ଲେଖିଲେ, କେଉଁ ଆଧାରରେ ଲେଖିଲେ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, କେଉଁ ଆଧାରରେ ବିରୋଧୀ ନେତା ଚିଠି ଲେଖିଛନ୍ତି । ନାଁ ତାଙ୍କର ଏଯାଏଁ ଚିଠି ଲେଖିବାର ଅଭ୍ୟାସ ଯାଇନି। ଅଭ୍ୟାସ ଅଛି ବୋଲି ଲେଖିଦେଲେ କି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏଭଳି କରି ବିରୋଧୀ ନେତା ଶସ୍ତା ରାଜନୀତି ବନ୍ଦ କରନ୍ତୁ । ଆମେ ଚିଠି ଲେଖିବାରେ ବିଶ୍ବାସ କରୁନା । ଚିଠିରେ ସମାଧାନ ହୁଏନାହିଁ, ମୁଖ୍ୟମନ୍ତ୍ରୀ ସିଧା କଥାହୋଇ ଆଳୁ ସମସ୍ୟାର ସମାଧାନ କରିଛନ୍ତି। ୨୪ ବର୍ଷ ହେଲା କିଛି କରିନାହାନ୍ତି ବୋଲି ଲୋକ ତାଙ୍କୁ ବିରୋଧୀରେ ବସାଇଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ମନ୍ତ୍ରୀ ।

Comments are closed.