Latest Odisha News

BREAKING NEWS

ଆଡ଼ପ ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର, ଚାରମାଳ ଉପରେ ହାମୁଡେଇ ପଡ଼ିଲେ ବଳଭଦ୍ର

ପୁରୀ: ପୁରୀରେ ଆଜି ଆଡପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ ଠାକୁର ବଳଭଦ୍ର ଚାରମାଳରେ ଖସି ପଡ଼ିଥିଲେ। ଏହି ସମୟରେ ୭ରୁ ଅଧିକ ସେବାୟତ ଆହତ ହୋଇଥିବା ସୂଚନା ମିଳିଛି। ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏ ନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀ ଯାଉଛନ୍ତି। ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଅନେକ କାଳିଆ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେଉଁ କାରଣ ପାଇଁ ଏପରି ଏକ ସ୍ଥିତି ଉପୁଜିଲା ତାକୁ ନେଇ ପ୍ରଶ୍ନ ଉଠଛି।

ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁ କହିଛନ୍ତି, ଆଇନ ମନ୍ତ୍ରୀ ଆସୁଛନ୍ତି। ଆମେ ପ୍ରାଥମିକ ଭାବେ ତଦନ୍ତ କରୁଛୁ। ଯିଏବି ଟିକିଏ ଆହତ ହୋଇଛନ୍ତି ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଛି।  ଯେଉଁ ଘଟଣା ଘଟିଲା ସେଥିପାଇଁ ସେବାୟତ ପରିବାର ଦୁଃଖ ପ୍ରକାଶ କରିଛନ୍ତି। ନୀତିକାନ୍ତିରେ କୌଣସି ବିଳମ୍ବ ହେବନି ବୋଲି ସେ କହିଛନ୍ତି।

ଆହତଙ୍କ ମଧ୍ୟରେ ବିନାୟକ ଦାସମହାପାତ୍ର, ନୂତନ ଦାସମହାପାତ୍ର, ଅଜୟ ଦାସମହାପାତ୍ର, ବାବୁନି ଦାସମହାପାତ୍ର, ରାମ କୁମାର ଦାସମହାପାତ୍ର ରହିଛନ୍ତି।

Comments are closed.