Latest Odisha News

ଭିନ୍ନ ଗଣେଶ: ଗଛରେ ଗଜାନନ, କୁଲାରେ କାନ

ଭୁବନେଶ୍ଵର: ରାଜଧାନୀର ଗଛ ଗଣେଶ, ଫୋକସରେ ପରିବେଶ ସୁରକ୍ଷା। ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଗଛ ଗଣେଶ ପୂଜା କରିଛି ବକୁଳ ଫାଉଣ୍ଡେସନ । ପ୍ରତିବର୍ଷ ପରି ଚଳିତ ବର୍ଷ ବିଜୁ ପଟ୍ଟନାୟକ ପାର୍କରେ ଗଛରେ ଗଣେଶଙ୍କ ସ୍ୱରୂପ କରି ପୂଜା କରାଯାଇଛି ।

ପ୍ରକୃତିକୁ ସୁହାଇଲା ପରି ଗଣେଶଙ୍କୁ ସୁସଜ୍ଜିତ କରାଯାଇଥିବା ବେଳେ ବାଉଁଶରେ ତିଆରି କାନରେ ବେଶ ସୁନ୍ଦର ଲାଗୁଛନ୍ତି ଗଜାନନ । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛର ପ୍ରତିକୃତିରେ ପୂଜା କରାଯାଉଛି। ଗଛ ଗଣେଶଙ୍କୁ ଧୋତି ମଧ୍ୟ ପରିଧାନ କରାଯାଇଛି । ପରିବେଶ ପ୍ରକୃତି ଭିତରେ ଥିବା ସମ୍ପର୍କକୁ ସୁଦୃଢ଼ କରିବାକୁ ଯାଇ ଅଗ୍ରପୂଜ୍ୟଙ୍କୁ ଏଭଳି ନିଆରା ଢଙ୍ଗରେ ଗଛରେ ପୂଜା କରାଯାଉଛି । ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

Comments are closed.