Latest Odisha News

BREAKING NEWS

ରଥ ଅଛି, ହେଲେ ଦିଅଁ ନାହାନ୍ତି! ବରଗଡ଼ରେ ମଝି ରାସ୍ତାରୁ କିଏ କଲା ମହାପ୍ରଭୁଙ୍କୁ ଚୋରି?

ବରଗଡ଼: ପବିତ୍ର ବାହୁଡ଼ା ଯାତ୍ରା ବେଳେ ବରଗଡ଼ରେ ଏକ ଅଭାବନୀୟ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ହଜାର ହଜାର ଭକ୍ତଙ୍କ ଗହଣରେ ରଥଟଣା ଚାଲିଥିବା ବେଳେ ଖୋଦ୍ ରଥ ଉପରୁ ସାକ୍ଷାତ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଚୋରି ହୋଇଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ବରଗଡ଼ ସହରରେ ଆଲୋଡ଼ନ ସୃଷ୍ଟି ହେବା ସହ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି।

 

ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଘଣ୍ଟଘଣ୍ଟା, କୀର୍ତ୍ତନ ଓ ହରିବୋଲ ଧ୍ୱନିରେ ପରିବେଶ ପ୍ରକମ୍ପିତ ହେଉଥିଲା। ଆନନ୍ଦ ଉଲ୍ଲାସର ସହ ଲୋକେ ରଥ ଟାଣୁଥିଲେ। ତେବେ ଏହି ଭିଡ଼ ଓ କୋଳାହଳର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଅତି ଚତୁରତାର ସହ ରଥ ଉପରୁ ମହାପ୍ରଭୁଙ୍କ ମୂର୍ତ୍ତିକୁ ଉଠାଇ ନେଇଥିଲେ। କିଛି ସମୟ ପରେ ରଥ ଉପରେ ଦିଅଁ ନଥିବା ଦେଖି ସେବାୟତ ଓ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ହାହାକାର ପଡ଼ିଯାଇଥିଲା। ଆଖି ପିଛୁଳାକେ ଉତ୍ସବର ମାହୋଲ ବିଷାଦରେ ପରିଣତ ହୋଇଥିଲା।

 

ଏତେ ସଂଖ୍ୟକ ଲୋକ ଏବଂ ପୋଲିସ ପ୍ରଶାସନର ଉପସ୍ଥିତିରେ କେମିତି ଏବଂ କିଏ ମୂର୍ତ୍ତି ଚୋରି କଲା, ତାହାକୁ ନେଇ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନର ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ତ୍ରୁଟି କିପରି ରହିଲା, ତାହାକୁ ନେଇ ଭକ୍ତମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧମାନଙ୍କୁ ଧରିବା ସହ ମହାପ୍ରଭୁଙ୍କ ମୂର୍ତ୍ତି ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ୍ ଜାରି ରହିଛି। ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Leave A Reply

Your email address will not be published.