Latest Odisha News

ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥି ଅର୍ଥାତ୍ ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଏହି ନୀତି ସମ୍ପାଦନ କରାଯାଏ। ଏହା ଏକ ଗୁପ୍ତନୀତି। ତେଣୁ ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଏ। ସୋମବାର ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପଇତାଲାଗି ନୀତି ସମ୍ପାଦନ ହେବାକୁ ଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅପରପକ୍ଷରେ ଦ୍ଵିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ ବୋଲି ଜଣାପଡିଛି।

Comments are closed.