Latest Odisha News

BREAKING NEWS

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ ବିଜେ କରାଯାଇଛି। ଅଣସର ଦ୍ୱାର ସମ୍ମୁଖରେ ପଟିଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆଜିଠାରୁ ଶ୍ରଦ୍ଧାଳୁମାନେ ଏହି ପଟିଦିଅଁ ଦର୍ଶନ କରିପାରିବେ।

ସେପଟେ ପରମ୍ପରା ଅନୁଯାୟୀ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଦର୍ଶନ କରିବା ପାଇଁ ଯାଇଥାନ୍ତି। କୁହାଯାଏ ଅଲାରନାଥରେ ମହାପ୍ରଭୁ ବିଜେ କରିଥାନ୍ତି। ଏହି ଅନବସର ସମୟରେ ଭକ୍ତମାନଙ୍କ ସମାଗମ ହୋଇଥାଏ। ୧୫ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅଲାରନାଥ ମନ୍ଦିରରେ ଦର୍ଶନ କରିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ବଡି ଭୋରରୁ ଭିଡ଼ ଲଗାଇଛନ୍ତି ଶ୍ରଦ୍ଧାଳୁ । ଲମ୍ବା ଲାଇନରେ ଆସି ସେମାନେ ଦର୍ଶନ କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ଅଧିକାରୀ ଜଣାଇଛନ୍ତି । କୁହାଯାଏ ଯେ ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ, ଏହି ଅଣସର ସମୟରେ ଅଲାରନାଥଙ୍କୁ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ।

ଏହି ଅଣସର ସମୟରେ ଶ୍ରୀ ଚୈତନ୍ୟ ପୁରୀ ଆସିଥିଲେ । ଜଗନ୍ନାଥଙ୍କ ଗୁପ୍ତ ନୀତି ଚାଲିଥିବା ହେତୁ ସେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଏଥିରେ ଦୁଃଖ ପ୍ରକାଶ କରି ମହୋଦଧିରେ ଧାସ ଦେଇ ପ୍ରାଣ ତ୍ୟାଗ କରିବା ପାଇଁ ଯିବା ସମୟରେ ଶୂନ୍ୟ ବାଣୀ ହୋଇଥିଲ ଯେ ମୁଁ ବ୍ରହ୍ମଗିରିରେ ଅଲାରନାଥ ରୂପରେ ଚତୁର୍ଦ୍ଧାମୂର୍ତ୍ତି ରୂପେ ଦର୍ଶନ ଦେବି । ମତେ ସେହିଠାରେ ହିଁ ଦର୍ଶନ କରିବ । ଏହାପରେ ଚୈତନ୍ୟ ପ୍ରାଣତ୍ୟାଗରୁ ନିବୃତ୍ତ ହୋଇ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥିଲେ । ସେହିଦିନ ଠାରୁ କିମ୍ବଦନ୍ତୀ ଅନୁସାରେ ଏହି ଅଣସର ପର୍ବ ଏଠାରେ ପାଳିତ ହୋଇଥାଏ ।

 

 

Leave A Reply

Your email address will not be published.