Latest Odisha News

ଶ୍ରୀବିଷ୍ଣୁଙ୍କ ଚାରି ଭୁଜରେ ଶୋଭା ପାଏ ଶଙ୍ଖ, ଚକ୍ର, ଗଦା, ପଦ୍ମ; ଜାଣନ୍ତୁ ଏହାର ମହତ୍ତ୍ୱ ସମ୍ପର୍କରେ

ଭୁବନେଶ୍ୱର: ନିରାକାର ଶ୍ରୀବିଷ୍ଣୁଙ୍କର ଚତୁର୍ଭୁଜରେ ଶୋଭାପାଏ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ । ବିଷ୍ଣୁଙ୍କ ଦଶମ ଅବତାର ଭାବେ ଶ୍ରୀଜଗନ୍ନାଥ ପୁରୀ ଧାମରେ ବିଦ୍ୟମାନ ।ସେ ଜଗତର ନାଥ, ପୁରୁଷୋତ୍ତମ, ଆରାଧ୍ୟ ଓ ବିଶ୍ୱଭାତୃତ୍ୱର ଶ୍ରେଷ୍ଠ ପ୍ରତୀକ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପ ଅବର୍ଣ୍ଣନୀୟ।ତାଙ୍କ ହସ୍ତ ଅପୂର୍ଣ୍ଣ, ପଦନଥାଇ ଅଛି, ଉଦର ପୃଥୁଳ, କଣ୍ଠାଗ୍ର ପ୍ରଶସ୍ତ, ଦୀର୍ଘ ନାଶା, ଚକ୍ଷୁ ଗୋଲାକାର ସୂର୍ଯ୍ୟମଣ୍ଡଳ ସମ, ମୁଖ ଲମ୍ବ ଓ ହସ ହସ। ତାଙ୍କ ୪ ହସ୍ତରେ ଶ୍ରୀବିଷ୍ଣୁଙ୍କ ଭଳି ଶୋଭା ପାଉଛି ଶଙ୍ଖ, ଚକ୍ର, ଗଦା, ପଦ୍ମ।

ଏ ଜାତିର ମଉଡ଼ମଣି ଶ୍ରୀ ଜଗନ୍ନାଥ ଜାତି ଧର୍ମ ଠାରୁ ବହୁ ଉର୍ଦ୍ଧ୍ବରେ। ତାଙ୍କ ଚାରି ଭୁଜାରେ ଶୋଭା ପାଉଥିବା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ର ମହତ୍ତ୍ୱ ସମ୍ପର୍କରେ ଜାଣନ୍ତୁ…

ଶଙ୍ଖ : ଶଙ୍ଖ ଶ୍ୱେତବର୍ଣ୍ଣ, ଶତ୍ୱଗୁଣର ପରିଚାୟକ ଅଟେ। ଏହାର ମୂଳ ଅଗ୍ରଭାଗ ସୂକ୍ଷ୍ମ, ମଧ୍ୟଭାଗ ସ୍ଥୂଳ ବା ବୃହତ। ଏହି ଶଙ୍ଖର ନାମ ପାଂଚଜନ୍ୟ, ଏହା ସର୍ବଦା  ଭୂଃ, ଭୂବହଃ, ସ୍ୱଃ,ମହଃ ଓ ଜନଃ ।

ଚକ୍ର: ଶ୍ରୀ ଜଗନ୍ନାଥ ହସ୍ତରେ ଧାରଣ କରିଥିବା ଏହି ଚକ୍ରର ନାମ ସୁଦର୍ଶନ। ଏହାର ବର୍ଣ୍ଣ ରୌପ୍ୟବର୍ଣ୍ଣ। ଏହା ପ୍ରଭୁଙ୍କ ହସ୍ତରେ ସର୍ବଦା ଘୂର୍ଣ୍ଣାୟମାନ ଓ ତେଜମୟ ଅବସ୍ଥାରେ ରହିଥାଏ।

ଗଦା: ମହାପ୍ରଭୁଙ୍କ ହାତରେ ଶୋଭା ପାଉଥିବା ଏହି ଗଦା ତମୋଗୁଣର ପ୍ରତୀକ । ଏହାର ବର୍ଣ୍ଣ ପିତ ନୀଳାଭ।

ପଦ୍ମ: ଶ୍ରୀଜଗନ୍ନାଥଙ୍କ ହାତରେ ଶୋଭା ପାଉଥିବା ଏହି ପଦ୍ମ ଲାଲ ବର୍ଣ୍ଣ ହୋଇଥିବା ବେଳେ ଏହା ରଜୋ ଗୁଣର ପରିଚାୟକ। ଏହା ଶାନ୍ତି ମୈତ୍ରୀର ପ୍ରତୀକ।

Comments are closed.