ଭୁବନେଶ୍ୱର: ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା। ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ। ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ। ଅଲିଅଳି ଭଉଣୀ ସୁଭଦ୍ରା, ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ ରାକ୍ଷୀ।
ମାଣିଆବନ୍ଧରେ ତିଆରି ହୋଇଥିବା ପାଟ ସୂତାରୁ ଏହି ରାକ୍ଷୀକୁ ପାଟରା ସେବାୟତ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରସ୍ତୁର୍ତ୍ତ ହେଉଛି ୪ଟି ରଙ୍ଗର ରାକ୍ଷୀ। ଏହି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରାଯାଏ। ହଳଦିଆ, ନାଲି ରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ, ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗି କରାଯାଏ।
ଏହାକୁ ରାକ୍ଷୀ ପୂର୍ଣ୍ଣିମାରେ ଗୋପାଳ ବଲ୍ଲଭ ଧୂପ ପରେ ପାଟେରା ବିଶୋଇ ସେବାୟତ ମାନେ ମେକାପକୁ ଦେଇଥାଆନ୍ତି। ସିଂହାରି ସେବକ ମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି।
Comments are closed.