Latest Odisha News

ବିନା ଡାଏଟିଂରେ କମାନ୍ତୁ ଓଜନ, କରନ୍ତୁ କେବଳ ଏହି କାମ

ଭୁବନେଶ୍ଵର: ମୋଟାପଣ ଆଜିକାଲିର ଯୁବପିଢିଙ୍କ ମଧ୍ୟରେ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି । ଏହି ମୋଟାପଣ କାରଣରୁ ଆମକୁ ଅନେକ ରୋଗର ମଧ୍ୟ ସାମ୍ନା କରିବାକୁ ପଡେ । ଓଜନ ହ୍ରାସ କରିବା କେବଳ ସୁନ୍ଦର କିମ୍ବା ଫିଟ୍ ଦେଖାଯିବା ପାଇଁ ନୁହେଁ, ବରଂ ସୁସ୍ଥ ରହିବା ପାଇଁ ମଧ୍ୟ ଆବଶ୍ୟକ । ଓଜନ ହ୍ରାସ କରିବା ପାଇଁ ଭୋକରେ କିମ୍ବା ଅତ୍ୟଧିକ ବ୍ୟାୟାମ କରି ଶରୀରକୁ କ୍ଳାନ୍ତ କରିବା ଠିକ୍ ନୁହେଁ । ଓଜନ ହ୍ରାସ ପାଇଁ ଆପଣ ସଠିକ୍ ମାର୍ଗ ଅନୁସରଣ କରିବା ଉଚିତ୍ । କ୍ଷୁଧା ଠାରୁ କମ୍ ଖାଇବା ଶରୀରରେ ପୁଷ୍ଟିକର ଅଭାବର କାରଣ ହୋଇପାରେ । ତେବେ ଏକ୍ସପର୍ଟଙ୍କ କିଛି ସହଜ ଟିପ୍ସ ଅନୁସରଣ କରି ଆପଣ ଡାଏଟିଂ ନକରି ୨୧ ଦିନରେ ଓଜନ ହ୍ରାସ କରିପାରିବେ । ଏହି ସୁସ୍ଥ ଅଭ୍ୟାସ ସହିତ, ଆପଣ ୪-୫ କିଲୋଗ୍ରାମ ପର୍ଯ୍ୟନ୍ତ ହ୍ରାସ କରିପାରିବେ ।

ବ୍ରେକଫାଷ୍ଟରେ କରନ୍ତୁ ଏହି ପରିବର୍ତ୍ତନ 
ବ୍ରେକଫାଷ୍ଟ ଓ ଡିନର ମଧ୍ୟରେ ଏକ ଦୀର୍ଘ ବ୍ୟବଧାନ ରହିଛି । ଏପରି ପରିସ୍ଥିତିରେ ଶରୀରକୁ ଶକ୍ତି ଦେବା ପାଇଁ ଜଳଖିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ । ଏହା ମେଟାବୋଲିଜିମରେ ଉନ୍ନତି ଆଣେ । ପ୍ରୋଟିନ୍ ସମୃଦ୍ଧ ଅଣ୍ଡା, ଫାଇବର ଲୋଡେଡ ଓଟ୍ସ ଓ ଫଳକୁ ଖାଦ୍ୟର ଏକ ଅଂଶ କରନ୍ତୁ । ଏପରି ଜିନିଷ ପେଟକୁ ପୂରା ରଖେ । ଜଳଖିଆ ଛାଡି କିମ୍ବା ହାଲୁକା ଜଳଖିଆ ଗ୍ରହଣ କଲେ ଶରୀର ଦିନସାରା ଆବଶ୍ୟକ ଶକ୍ତି ପାଏ ନାହିଁ ଓ ଏହା ମେଟାବୋଲିଜିମକୁ ମଧ୍ୟ ଦୁର୍ବଳ କରିଥାଏ । ଏହା ଓଜନ ହ୍ରାସ କରିବା ପରିବର୍ତ୍ତେ ଏହା ଓଜନ ବଢାଇପାରେ ।

ଲିନ୍ ପ୍ରୋଟିନ୍ ନେବାକୁ ଚେଷ୍ଟା କରନ୍ତୁ
ଲିନ୍ ପ୍ରୋଟିନ୍ ଆପଣଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ । ଏହା ପେଟକୁ ପୂର୍ଣ୍ଣ ରଖେ । ପ୍ରତ୍ୟେକ ଖାଦ୍ୟ ଓ ସ୍ନାକ୍ସରେ ପ୍ରୋଟିନ୍ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରନ୍ତୁ । ଦହି, ବାଦାମ, ବିନ୍ସ କିମ୍ବା ଲିନ୍ ମିଟ୍ ଖାଆନ୍ତୁ । କିନ୍ତୁ ଯେଉଁମାନଙ୍କର ହଜମ ଦୁର୍ବଳ, ସେମାନେ ପ୍ରୋଟିନ୍ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ପାଣି ପିଇବା ଜରୁରୀ
ବିଶେଷଜ୍ଞଙ୍କ ଅନୁଯାୟୀ, ଓଜନ ହ୍ରାସ ପାଇଁ ସଠିକ୍ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଅତ୍ୟଧିକ ପାଣି ପିଅନ୍ତୁ ନାହିଁ । କାରଣ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଶରୀରର ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ । ପାନୀୟ ଜଳ ଦ୍ୱାରା ମେଟାବୋଲିଜିମ୍ ମଧ୍ୟ ଉନ୍ନତି ହୁଏ ଓ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯାଏ । ଯଥା ସମ୍ଭବ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଆଭୋଏଡ କରନ୍ତୁ । କାରଣ କୋଲ୍ଡ ଡ୍ରିଙ୍କ୍ସରେ ଥିବା ସୁଗାରର ମାତ୍ରା ଓଜନ ବୃଦ୍ଧି କରିଥାଏ ।

Comments are closed.