ଗଞ୍ଜାମ: ବିନା ଖର୍ଚ୍ଚରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାଗଣା ଔଷଧ ମଧ୍ୟ ଯୋଗାଇଦେଉଛନ୍ତି ସରକାର । ହେଲେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରୁ ।
ବିଜୟ ଆଦିକନ୍ଦପୁର ତେଲିଆପଲ୍ଲୀ ଗ୍ରାମ ନିକଟ ରାସ୍ତା ନିକଟରେ ପଡି ରହିଛି ଗଦା ଗଦା ମେଡିସିନ । ସେଥିମଧ୍ୟରେ ରହିଛି ଟାବଲେଟଠୁ ଆରମ୍ଭ କରି ସିରପ ପର୍ଯ୍ୟନ୍ତ । ଯାହାର ମୂଲ୍ୟ ବହୁ ପରିମାଣ ହେବ । ଏହାକୁ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ସେସବୁକୁ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଛି ।
ବହୁ ମେଡିସିନର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଆଉ କେତେକ ମେଡିସିନର ଏକ୍ସପାରୀ ଡେଟ୍ ବି ସରିନିଥିବା କୁହାଯାଉଛି । କିନ୍ତୁ ଲୋକେ ଏସବୁକୁ ଖାଇବା ବଦଳରେ ତାହାକୁ କିଏ ଓ କାହିଁକି ରାସ୍ତା କଡରେ ଫୋପାଡି ଦେଇଛି ତାହା ତଦନ୍ତ ପରେ ଯାଇ ସ୍ପଷ୍ଟ ହେବ ।