Latest Odisha News

BREAKING NEWS

[ଭିଡିଓ] ମଣିଷ ପ୍ରେମରେ ପଡିଛି ମାଛ

 ଭୁବନେଶ୍ୱର : ମଣିଷ ସ୍ନେହ ଟିକିଏ ପାଇବା ପାଇଁ କିଏ ଅବା ଭଲ ନପାଏ । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମାଛ । ଠିକ୍ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାର୍ଲିଫନିଆରେ । ମଣିଷ ସହ ସମୁଦ୍ର ମାଛର ଭଲ ପାଇବାର ଦୃଶ୍ୟ । ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିବା ବେଳେ । ଗଭୀର ସମୁଦ୍ରରେ ରହୁଥିବା ମାଛଟି ତାଙ୍କ ପାଖକୁ ଆସି ଆଉ ଯିବାକୁ ଇଛା କରୁନି ।

ସ୍ନେହର ବ୍ୟକ୍ତି ଜଣକ ମଧ୍ୟ ମାଛଟିକୁ ଆଉଁସି ପକଉଛନ୍ତି । ମାଛଟି ଫେରି ଯାଉଛି ।ହେଲେ ତା ମନ ବୁଝୁନି ପୁଣି ମଣିଷ ସ୍ନେହ ପାଇବା ପାଇଁ ଚାଲି ଆସୁଛି ।ଆଉ ବ୍ୟକ୍ତି ଜଣକ ମଧ୍ୟ ମାଛକୁ କିଛି ଖାଇବା ଦେବା ସହ ଖୁବ୍ ସ୍ନେହ କରୁଛନ୍ତି  ।ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Comments are closed.