ଇଂଲଣ୍ଡ: କ୍ୟାଣ୍ଡେଲ୍ ଆଲୁଅରେ ପ୍ରେମ ନିବେଦନ କରିବା ଜଣେ ପ୍ରେମିକକୁ ମହଙ୍ଗା ପଡିଛି । ପ୍ରେମିକାକୁ ଇମ୍ପ୍ରେସ୍ କରିବାକୁ ଯାଇ ଅସାବଧାନତାରୁ ପ୍ରେମିକଙ୍କ ଘର ଜଳିପୋଡି ଛାରଖାର ହୋଇଯାଇଥିଲା । ତେବେ ପ୍ରେମିକା ଜଣକ ପ୍ରେମ ନିବେଦନକୁ ହଁ ଭରିଥିବା ଜଣାପଡିଛି ।
ଇଂଲଣ୍ଡ ୟର୍କଶାୟରରେ ଘଟିଥିବା ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଖୋଦ ସ୍ଥାନୀୟ ଅଗ୍ନିଶମ ବିଭାଗ ଏହି ଘଟଣାକୁ ଫେସ୍ବୁକରେ ଶେୟାର ବି କରିଛନ୍ତି । ରିପୋର୍ଟରୁ ଜଣାପଡିଛି ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ୍ କରିବାକୁ ଯାଇ ନିଜ ଘରେ ବେଲୁନ୍, ମଦ ଗ୍ଲାସ୍ ଓ ୧୦୦ଟି କ୍ୟାଣ୍ଡେଲ ଲଗାଇଥିଲେ । ଏହି ଉପାୟଟି ଖୁବ ରୋମାଣ୍ଟିକ ଲାଗୁଥିଲେ ବି ଅସାବଧାନତାରୁ ଘରେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡିଯାଇଥିଲା ।
ତେବେ ସବୁଠୁ ମଜାଦାର କଥା ହେଉଛି, ଏ ସମସ୍ତ ଅଘଟଣ ପରେ ବି ପ୍ରେମିକା ଜଣକ ନିଜ ପ୍ରେମିକଙ୍କ ପ୍ରେମ ନିବେଦନକୁ ହଁ ଭରିଛନ୍ତି । ଏ ସମସ୍ତ ଘଟଣାରୁ ସ୍ପଷ୍ଟ ହୋଇଛି ଯେ, ସତରେ ପ୍ରେମ ଅନ୍ଧ ।
Comments are closed.