Latest Odisha News

ପ୍ରେମ, ପ୍ରତିଶୃତି ଏବଂ ଶାରୀରିକ ସଂପର୍କ: ସେନା ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ସେନାର ଜଣେ ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଦୁଷ୍କର୍ମ ଅଭିଯୋଗ ହୋଇଛି। ବିବାହ କରିବାକୁ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଯବାନଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା।

ଭୁବନେଶ୍ୱର ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ସୈନ୍ୟ ବାହିନୀର ସିପାହୀ ପବିତ୍ର ରେଡ୍ଡୀଙ୍କ ନାଁରେ ମାମଲା ରୁଜୁ କରିଛି ଖଣ୍ଡଗିରି ପୋଲିସ। ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ, ପୀଡ଼ିତାଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି । ଭୁବନେଶ୍ୱରରେ ସେ ଡୁମୁଡୁମାରେ ରୁହନ୍ତି।

୭ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ଦେଖା ହୋଇଥିଲା ଓ ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ସିପାହୀ ପବିତ୍ର ରେଡ୍ଡୀ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ଏକାଧିକ ବାର ଶାରୀରିକ ସମ୍ପର୍କ ରଖିଥିଲେ। ତେବେ ନିକଟରେ ଯୁବତୀ ଜଣକ ବିବାହ କରିବାକୁ କହିବାରୁ ପବିତ୍ର ତାଙ୍କୁ ମନା କରିଥିଲେ। ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ଧୋକା ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା।

ଏଭଳି ଘଟଣା ପରେ ଧରା ଛୁଆଁ ଦେଇ ନଥିଲେ ପବିତ୍ର। ବାରମ୍ବାର ଅନୁରୋଧ କରି ବିଫଳ ହେବା ପରେ ଯୁବତୀ ଜଣକ ଭୁବନେଶ୍ବର ଏସଡିଜେଏମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମାମଲା ରୁଜୁ କରିଛି ଖଣ୍ଡଗିରି ଥାନା ପୁଲିସ। ସୈନ୍ୟ ବାହିନୀର ସିପାହୀ ପବିତ୍ରଙ୍କୁ ଅଭିଯୁକ୍ତ ଦର୍ଶାଇବା ସହିତ ଦଫା ୩୭୬ ଆଇପିସିରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Leave A Reply

Your email address will not be published.