Latest Odisha News

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ପୋଖରୀ ଭିତରକୁ ଖସି ପଡ଼ିଥିଲା ।

ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ ଓ ଡ୍ରାଇଭର ସମେତ ୨ ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର  କରି ଯାଜପୁର ଟାଉନ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସଟିକୁ ପୋଖରିରୁ ବାହାର କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.