Latest Odisha News

BREAKING NEWS

ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକୁ ଯିବାବେଳେ ଦୁର୍ଘଟଣା, ୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ । ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବୁଡ଼ାଗୁଡ଼ା ଅଞ୍ଚଳରୁ କିଛି ଲୋକ ଅଟୋରେ ବାହାରିଥିଲେ । ବାଲିଗୁଡ଼ା ବ୍ଲକ ରୁତୁଙ୍ଗିଆ ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ମୃତ କାର୍ଯ୍ୟ(ମାଡ଼ା)ରେ ଯୋଗ ଦେଇଥାନ୍ତେ । ହେଲେ ଅଧା ବାଟରେ କୌଣସି କାରଣରୁ ଅଟୋଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଫଳରେ ଅଟୋରେ ବସିଥିବା ୮ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Leave A Reply

Your email address will not be published.