ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଣି ଥରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆସିଛି । ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ଘଟଣା ହେଲା, ରାମଗିରି ଗ୍ରାମର ଶିବ ପ୍ରଧାନ କାମ ସନ୍ଧାନରେ ଗୁଜରାଟର ସୁରତକୁ ଯାଇଥିଲେ । ସେଠାରେ ଖଲିକୋଟ ଥାନା ସଚ୍ଛିନା ଗ୍ରାମର ଯୁବତୀ ଜଣକ ମଧ୍ୟ ରହୁଥିଲେ । ସୁରତରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଉଭୟେ ସେଠାରେ ଏକ ମନ୍ଦିରରେ ବିବାହ କରିଥିଲେ । ବିବାହକୁ ପ୍ରାୟ ଦୁଇ ବର୍ଷ ହୋଇଗଲାଣି । ଗତ କିଛି ଦିନ ହେଲା ଶିବ କେଉଁଆଡ଼େ ଚାଲି ଯାଇଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଛି । ଏଣୁ ଶିବଙ୍କୁ ଖୋଜିଖୋଜି ପ୍ରେମିକା ଜଣକ ତାଙ୍କ ଗାଁରେ ପହଞ୍ଚିଛନ୍ତି । ମଙ୍ଗଳବାର ଶିବଙ୍କ ଘର ସମ୍ମୁଖରେ ସେ ଧାରଣା ଦେଇଥିଲେ । ଶେରଗଡ଼ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ସେ ଫେରିଛନ୍ତି । ତେବେ ଶିବଙ୍କ ସନ୍ଧାନ ନ ମିଳିଲେ ପୁଣି ଥରେ ଆସିବି ବୋଲି ସେ ଚେତାବନୀ ଦେଇଛନ୍ତି।
BREAKING NEWS
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
Comments are closed.