ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଣି ଥରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆସିଛି । ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ଘଟଣା ହେଲା, ରାମଗିରି ଗ୍ରାମର ଶିବ ପ୍ରଧାନ କାମ ସନ୍ଧାନରେ ଗୁଜରାଟର ସୁରତକୁ ଯାଇଥିଲେ । ସେଠାରେ ଖଲିକୋଟ ଥାନା ସଚ୍ଛିନା ଗ୍ରାମର ଯୁବତୀ ଜଣକ ମଧ୍ୟ ରହୁଥିଲେ । ସୁରତରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଉଭୟେ ସେଠାରେ ଏକ ମନ୍ଦିରରେ ବିବାହ କରିଥିଲେ । ବିବାହକୁ ପ୍ରାୟ ଦୁଇ ବର୍ଷ ହୋଇଗଲାଣି । ଗତ କିଛି ଦିନ ହେଲା ଶିବ କେଉଁଆଡ଼େ ଚାଲି ଯାଇଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଛି । ଏଣୁ ଶିବଙ୍କୁ ଖୋଜିଖୋଜି ପ୍ରେମିକା ଜଣକ ତାଙ୍କ ଗାଁରେ ପହଞ୍ଚିଛନ୍ତି । ମଙ୍ଗଳବାର ଶିବଙ୍କ ଘର ସମ୍ମୁଖରେ ସେ ଧାରଣା ଦେଇଥିଲେ । ଶେରଗଡ଼ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ସେ ଫେରିଛନ୍ତି । ତେବେ ଶିବଙ୍କ ସନ୍ଧାନ ନ ମିଳିଲେ ପୁଣି ଥରେ ଆସିବି ବୋଲି ସେ ଚେତାବନୀ ଦେଇଛନ୍ତି।
BREAKING NEWS
- First Jyotirlinga’s Unique Grandeur: ସୋମନାଥ ଜ୍ୟୋତିର୍ଲିଙ୍ଗର ଜଲାଭିଷେକ କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି ବିଶ୍ୱରେ ସବୁଠାରୁ ସ୍ୱତନ୍ତ୍ର ଏହି ମନ୍ଦିର…
- Water Tanks and Sprinklers in Sleeper Coach: ଯାତ୍ରୀ ସୁରକ୍ଷା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ ମନ୍ତ୍ରୀ, ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଏବଂ ସ୍ପ୍ରିଙ୍କଲର ବ୍ୟବହାର ବାଧ୍ୟତାମୂଳକ
- Puri Temple: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ; ପୁଣି ଆନନ୍ଦ ବଜାର ଫଟୋ ଭାଇରାଲ…
- Viral Anchor Yesha Sagar: ଭାଇରାଲ୍ ଆଙ୍କର ୟେଶା ସାଗର କିଏ?, WPL 2026ରେ ଖେଳାଇଲେ ନିଜର ସୁନ୍ଦରତାର ଯାଦୁ…
- OJEE Exam: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୬ ପାଇଁ ଚଳିତ ୨୭ରୁ ଆବେଦନ
- Grok AI Concerns: ଭୁଲ୍ ସ୍ବୀକାର କଲା X, ଗ୍ରୋକ୍ ଏଆଇ ବିରୋଧରେ ନେଲା ବଡ଼ ଆକ୍ସନ, ଡିଲିଟ କଲା ଆକାଉଣ୍ଟ୍…
- Winter Update: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଉପର ମୁହାଁ; ହାଡ଼ଭଙ୍ଗା ଶୀତରୁ ସାମାନ୍ୟ ଆଶ୍ବସ୍ତି
- Kasuri confesses LeT-Army Ties: ପୁଣି ପାକିସ୍ତାନ ସେନାଙ୍କ ପୋଲ ଖୋଲିଲା ଆଉ ଜଣେ ଆତଙ୍କୀ, ଅପରେସନ ସିନ୍ଦୂର ନେଇ କଲା ବଡ଼ ଖୁଲାସା…
- PM Modi at Somnath Jyotirlinga: ହର ହର ମହାଦେବଙ୍କ ମନ୍ତ୍ର, ଓମ୍ ମନ୍ତ୍ର, ମହା ଡ୍ରୋନ୍ ଶୋ…, ୨ ମିନିଟର ଭିଡିଓରେ ସୋମନାଥଙ୍କ ଦିବ୍ୟତ୍ୱ ପ୍ରଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି
- Op Hawkeye: ସିରିଆରେ ଆଇଏସଆଇଏସ ଉପରେ ଆମେରିକାର ବଡ଼ ଆକ୍ରମଣ, ଅନେକ ସ୍ଥାନରେ ଏୟାର ଷ୍ଟ୍ରାଇକ୍
Comments are closed.