ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଣି ଥରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆସିଛି । ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ଘଟଣା ହେଲା, ରାମଗିରି ଗ୍ରାମର ଶିବ ପ୍ରଧାନ କାମ ସନ୍ଧାନରେ ଗୁଜରାଟର ସୁରତକୁ ଯାଇଥିଲେ । ସେଠାରେ ଖଲିକୋଟ ଥାନା ସଚ୍ଛିନା ଗ୍ରାମର ଯୁବତୀ ଜଣକ ମଧ୍ୟ ରହୁଥିଲେ । ସୁରତରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଉଭୟେ ସେଠାରେ ଏକ ମନ୍ଦିରରେ ବିବାହ କରିଥିଲେ । ବିବାହକୁ ପ୍ରାୟ ଦୁଇ ବର୍ଷ ହୋଇଗଲାଣି । ଗତ କିଛି ଦିନ ହେଲା ଶିବ କେଉଁଆଡ଼େ ଚାଲି ଯାଇଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଛି । ଏଣୁ ଶିବଙ୍କୁ ଖୋଜିଖୋଜି ପ୍ରେମିକା ଜଣକ ତାଙ୍କ ଗାଁରେ ପହଞ୍ଚିଛନ୍ତି । ମଙ୍ଗଳବାର ଶିବଙ୍କ ଘର ସମ୍ମୁଖରେ ସେ ଧାରଣା ଦେଇଥିଲେ । ଶେରଗଡ଼ ପୋଲିସ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ସେ ଫେରିଛନ୍ତି । ତେବେ ଶିବଙ୍କ ସନ୍ଧାନ ନ ମିଳିଲେ ପୁଣି ଥରେ ଆସିବି ବୋଲି ସେ ଚେତାବନୀ ଦେଇଛନ୍ତି।
BREAKING NEWS
- Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା
- ବୈଭବ ସୂର୍ଯ୍ୟବଂଶୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ, ଆମ ପାଖରେ ଦୁଇଜଣ ଚମତ୍କାର ଏବଂ ସ୍ଥିର ପ୍ରଦର୍ଶନ କରୁଥିବା ଓପନର୍ ଅଛନ୍ତି: ଶ୍ରେୟସ ଆୟର
- Kolkata stampede: ବନ୍ଦ ହେବ କୋଲକାତାରେ ପୂଜା ମଣ୍ଡପ? ପୋଲିସର ବଡ଼ ନିର୍ଦ୍ଦେଶ…ମୁଖ୍ୟମନ୍ତ୍ରୀ କହିଲେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହ ସରକାରୀ ଚାକିରି!
- Odisha’s new Governor:ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବ୍ରଜମୋହନ;ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି
- ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା!୪ କି.ମି.ଖଟିଆରେ ବୁହାହେଲେ ମା’ ଓ ନବଜାତ ଶିଶୁ
- France in flames: ଜଳୁଛି ଫ୍ରାନ୍ସ; ଦୁଇଟି ବିଶ୍ୱଯୁଦ୍ଧର ଝଡ଼ ସହିଥିଲା, ଦଙ୍ଗାର ନିଆଁରେ ଛାରଖାର ୧୪୩ ବର୍ଷର ଐତିହାସିକ ଟାଉନ୍ ହଲ୍!
- Odisha Durga Puja 2026: ମା’ ଦୁର୍ଗାଙ୍କ ଆରାଧନାରେ ଭକ୍ତିମୟ ପରିବେଶ..ଆଜି ମଣ୍ଡପରେ ମହାସପ୍ତମୀ ପୂଜା, ପୀଠରେ ମହାଷ୍ଟମୀ
- Gwalior Temple Tragedy:ମନ୍ଦିର କାନ୍ଥ ଭାଙ୍ଗି ଭିତରକୁ ପଶିଲା ଟ୍ରକ୍; ଚାପି ହୋଇ ୧୩ ଭକ୍ତଙ୍କ ମୃତ୍ୟୁ
- Chorbagan Sarbojanin Durga Pandal Stampede:ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା-ମୃତକଙ୍କ ପରିବାରକୁ ୨୫ ଲକ୍ଷର କ୍ଷତିପୂରଣ ଓ ସରକାରୀ ଚାକିରି
- ଫ୍ରାନ୍ସରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନକାରୀ ଓ ଛାତ୍ରଙ୍କ ଆନ୍ଦୋଳନ ସମୟରେ ହିଂସା ସହ ପୋଡ଼ାଜଳା

Comments are closed.