Latest Odisha News

ପଦକ ସମ୍ଭାବନା ସୃଷ୍ଟି କଲେ ମହିଳା ବକ୍ସର ଲଭଲିନା

ଟୋକିଓ: ଭାରତର ମହିଳା ବକ୍ସର ଲଭଲିନା ବୋରଗାହନ ଚଳିତ ଟୋକିଓ ଅଲିମ୍ପିକ୍ସରେ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଲଭଲିନା ୬୯ କିଗ୍ରା ବିଭାଗରେ ଜର୍ମାନୀର ନାଦିନ ଏପଟେଜଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୩ରାଉଣ୍ଡରେ ଜଜ ଲଭଲିନାଙ୍କ ସପକ୍ଷରେ ପକ୍ଷ ରଖିଥିଲା । ଆଉ ଗୋଟିଏ ବିଜୟ ହାସଲ କଲେ ଲଭଲିନା ଭାରତ ପାଇଁ ପଦକ ନିଶ୍ଚିତ କରିପାରିବେ ।

ଅପରପକ୍ଷରେ ଶୁଟିଂ ୧୦ ମିଟର ଏୟାର ପିସ୍ତଲରେ ମନୁ ଭାସ୍କର-ସୌରଭ ଚୌଧୁରୀ(କ୍ୱାଲିଫିକେଶନ ରାଉଣ୍ଡ ୨ରେ ୭ମ ସ୍ଥାନ), ଯଶସ୍ୱିନୀ ଦେସୱାଲ-ଅଭିଷେକ ବର୍ମା (କ୍ୱାଲିଫାଇଂ ରାଉଣ୍ଡ-୧ରୁ ବିଦା), ୧୦ ମିଟର ଏୟାର ରାଇଫଲରେ ଅଞ୍ଜୁମ ମୁଦଗିଲ ଓ ଦୀପକ କୁମାର ୧୮ତମ ସ୍ଥାନରେ ରହି ମୁକାବିଲାରୁ ବାଦ୍ ପଡିଛନ୍ତି । ଟେବୁଲ ଟେନିସ ପୁରୁଷ ସିଙ୍ଗଲ୍ସରେ ଅଚନ୍ତା ଶରଇ କମଲ ଚୀନର ମା ଲୋଙ୍ଗଙ୍କ ନିକଟରୁ ୧-୪ରେ ହାରି ଯାଇଛନ୍ତି ।

Leave A Reply

Your email address will not be published.