Latest Odisha News

BREAKING NEWS

ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କ ନୂଆ ମାଇଲଷ୍ଟୋନ୍

ଭୁବନେଶ୍ୱର: ହକିରେ ନୂଆ ମାଇଲଷ୍ଟୋନ୍ ପାର କରିଛନ୍ତି ଦୁଇ ଓଡ଼ିଆ ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ଟିମ୍ ଇଣ୍ଡିଆ ପାଇଁ ବୀରନ୍ଦ୍ର ଲାକ୍ରା ୨୦୦ ମ୍ୟାଚ୍ ଓ ଅମିତ ରୋହିଦାସ ୧୦୦ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ଦୁହେଁ ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଟିମରେ ଅଛନ୍ତି ।

ଆଜି ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ସ୍ପେନକୁ ୩-୦ ଗୋଲରେ ହରାଇଥିବା ବେଳେ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ନିଜ ହକି କ୍ୟାରିୟରରେ ସଫଳତାର ଆଉ ଗୋଟିଏ ପାହାଚ ଚଢ଼ିଛନ୍ତି । ଏହି ସଫଳତା ପାଇଁ ସାଥି ଖେଳାଳି, କୋଚ୍, ହକି ଇଣ୍ଡିଆ ଓ ପରିବାର ଲୋକଙ୍କ ସମର୍ଥନ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ।
ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ । ବୀରେନ୍ଦ୍ର ଲାକ୍ରା ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ପାଇଁ ଖେଳିଥିଲେ । ତେବେ ୧୨ ବର୍ଷ ଅପେକ୍ଷା ପରେ ପ୍ରଥମ ଥର ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଛନ୍ତି ଅମିତ ରୋହିଦାସ । ବୀରେନ୍ଦ୍ର ଲାକ୍ରା ଏବେ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଉପ-ଅଧିନାୟକ ଅଛନ୍ତି ।

୨୦୧୦ ସାଉଥ୍ ଏସିଆନ୍ ଗେମ୍ସରେ ପଦାର୍ପଣ କରିଥିଲେ ବୀରେନ୍ଦ୍ର ଲାକ୍ରା । ତାପରେ ବହୁ ଅନ୍ତର୍ଜାତୀୟ ମ୍ୟାଚରେ ଭାରତରୁ ପ୍ରତିନିଧିତ୍ୱ କରିଛନ୍ତି । ୨୦୧୪ ଏସିଆନ୍ ଗେମ୍ସ, ୨୦୧୫ ଓ୍ୱାର୍ଲଡ ଲିଗ୍ ଫାଇନାଲରେ ବ୍ରୋଞ୍ଜ ମେଡାଲ୍ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଟିମରେ ଥିଲେ ବୀରେନ୍ଦ୍ର ଲାକ୍ରା ।

Leave A Reply

Your email address will not be published.