Latest Odisha News

ପ୍ରବଳ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା । ଏହାର ପ୍ରଭାବରେ ଉପକୁଳ ଓ ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ଧରି ବର୍ଷା ଜାରି ରହିଛି । ଆହୁରି ଦୁଇରୁ ତିନି ଦିନ ଏଭଳି ପାଗ ଲାଗି ରହିବ ଏବଂ ୧୨ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ଏହି ସବୁ ଜିଲ୍ଲାଗୁଡିକ ହେଲା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ, ବୌଦ୍ଧ, ଗଂଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ, ରାୟଗଡା, କେନ୍ଦୁଝର ଏବଂ ମୟୂରଭଂଜ । ଏହି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ଏହାର ପ୍ରଭାବ ଆସନ୍ତା ୫ ତାରଖ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଫଳରେ ଆସନ୍ତା ୫ ତାରିଖ ଯାଏଁ ସମୁଦ୍ର ଭିତରୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.