Latest Odisha News

BREAKING NEWS

ଆର୍ମି ହସ୍ପିଟାଲରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆର୍ମି ହସ୍ପିଟାଲକୁ ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ୱାଲ୍ଟର ରିଡ୍ ଆର୍ମି ମେଡିକାଲ ସେଂଟରରେ ଭର୍ତ୍ତି କରାଯାଇଛି । ଏନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରମ୍ପ ଏବେ କ୍ଲାନ୍ତ ଅନୁଭବ କରୁଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ।

ଆସନ୍ତା ମାସ ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ରହିଛି । ତା’ପୂର୍ବରୁ ଟ୍ରମ୍ପଙ୍କ ଏକାଧିକ ରାଜନୈତିକ ରାଲିର କାର୍ଯ୍ୟକ୍ରମ ଥିଲା । ତେବେ ସେ ଗୁଡିକ ଭର୍ଚୁଆଲ ମୋଡରେ କରାଯାଇପାରେ କିମ୍ବା ପରବର୍ତ୍ତୀ ସମୟରେ ବାତିଲ ହୋଇପାରେ । ଟ୍ରମ୍ପଙ୍କ ପରିବାର ସଦସ୍ୟଙ୍କୁ ନେଇ ହେବାକୁ ଥିବା ରାଲି ପୂର୍ବରୁ ବାତିଲ ହୋଇଛି । ଅନ୍ୟପକ୍ଷରେ ଡେମୋକ୍ରେଟିକ ପାର୍ଟି ସଦସ୍ୟ ଜୋ ବିଡେନ୍‌ଙ୍କ କରୋନା ପରୀକ୍ଷା କରାଯାଇଥିଲେ ମଧ୍ୟ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଆଜି ସେ ବିଭିନ୍ନ ରାଜନୈତିକ ରାଲିକୁ ସମ୍ବୋଧନ କରିବେ ।

Leave A Reply

Your email address will not be published.