Latest Odisha News

BREAKING NEWS

ମାଡି ଆସୁଛି ବାତ୍ୟା: ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ବର: ସମୁଦ୍ରରେ ବଳ ଗୋଟାଇ ଧୀରେ ଧୀରେ ବାତ୍ୟା ରୂପ ନେଉଛି ସାମୁଦ୍ରିକ ଝଡ । ଏହାରି ଭିତରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ୨୩ ତାରିଖ ସୁଦ୍ଧା ଅର୍ଥାତ୍ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଧିରେ ଧିରେ ସ୍ଥଳଭାଗ ମୁହାଁ ହେବା ସହ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଯାହା ଆସନ୍ତା ୨୪ ରାତି କିମ୍ବା ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ତେବେ ଭାରତୀୟ ପାଣିପାଗ ବିଭାଗ ଏହି ବାତ୍ୟା ‘ଦାନା’ ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ହେଲେ ଅନ୍ୟ ପାଣିପାଗ ସଂସ୍ଥା ଦ୍ବାରା ଏହାର ଆକଳନ ଅନୁଯାୟୀ, ଏହି ବାତ୍ୟା ଭଦ୍ରକ ଦିଘା ଅଞ୍ଚଳରେ ମାଡ ହେବା ନେଇ ସୂଚନା ଦିଆଯାଇଛି । ଏହା ସହିତ ବାଲେଶ୍ବର, ପୁରୀ ଏବଂ କେନ୍ଦ୍ରାପଡା ଜିଲ୍ଲା ମଧ୍ୟ ହିଟ୍ ଏରିଆ ପାଇଁ ରେଡ୍ ଆଲର୍ଟରେ ରହିଛି ।  ତେବେ ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି ରହିଥିବା ବେଳେ ଝଟକା ପବନର ବେଗ ସର୍ବାଧିକ ୧୨୦ କି.କି ଯାଏଁ ରହିପାରେ । ତେବେ ଉପକୂଳ ଅଞ୍ଚଳମାନଙ୍କରେ ଏହାର ପ୍ରଭାବରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ଉଚ୍ଚ ଜୁଆର ବି ଆସିପାରେ।

ସେପଟେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ପାଗ ବଦଳିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏନେଇ ୧୪ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ଏଥିସହିତ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡା, ଯାଜପୁର, ଜଗତସିଂପୁର, କଟକରେ ପ୍ରବଳ ବର୍ଷା ହେବ ।

Leave A Reply

Your email address will not be published.