ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ନଦୀ ଜଳସ୍ତର ଆହୁରି ବଢ଼ିବା ସହ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ମୌସୁମୀ ନିମ୍ନ ଚାପ-ରେଖା pic.twitter.com/Qy9VqbfSJy
— Meteorological Centre, Bhubaneswar (@mcbbsr) August 12, 2022
ଲଘୁଚାପ ପ୍ରଭାବରେ ଦୁଇ ଦିନ ଭୀଷଣ ବର୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଗାଣ ବର୍ଷା ଯୋଗୁ ମହାନଦୀ ସମେତ ଅନ୍ୟ ନଦୀର ଜଳସ୍ତର ହଠାତ୍ ବଢ଼ି ଯାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ସତର୍କ କରାଇଛନ୍ତି ।
#Warning for Day-1 to Day-4
Day-5: No Warning pic.twitter.com/7LUBXhDFaV— Meteorological Centre, Bhubaneswar (@mcbbsr) August 12, 2022
ଲଘୁଚାପ ଯୋଗୁ ରାଜ୍ୟର ବିଭିିନ୍ନ ନଦୀ ଓ ଏହାର ଅବବାହିକାରେ ପ୍ରବଳ ବର୍ଷା ହେବ । ହୀରାକୁଦର 20ଟି ଗେଟ୍ ଖୋଲାଯାଇଛି। ହୀରାକୁଦକୁ ପ୍ରତି ସେକେଣ୍ଡ୍ରେ ୩ ଲକ୍ଷ ୯୩ ହଜାର ୩୨୩ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ମୋଟ ୨୦ଟି ଗେଟ୍ ଦେଇ ୩ ଲକ୍ଷ ୪୦ ହଜାର ୮୯୦ କ୍ୟୁସେକ୍ ଜଳ ମହାନଦୀକୁ ଛଡ଼ାଯାଉଛି। ମହାନଦୀରେ ଜଳସ୍ତର ବିପଦ ସଂକେତ ପାଖାପାଖି ପ୍ରବାହିତ ହେଉଥିବାରୁ ହୀରାକୁଦ ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ବଢ଼ିଛି।
Comments are closed.