Latest Odisha News

BREAKING NEWS

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଲାଗିରହିଛି ବର୍ଷା

ଭୁବନେଶ୍ବର: ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗିରହିଛି ବର୍ଷା । ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ହେଉଛି ।

ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ , 12 ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାପାଇଁ ମନା କରାଯାଇଛି । ଭୁବନେଶ୍ବର, କଟକରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସକାଳୁ ଲାଗିରହିଛି ।

ଆସନ୍ତା 24 ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସଂଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ନୂଆପଡା, ସୋନପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ବାଲେଶ୍ୱର, ମୟୁରଭଞ୍ଜ, ପୁରୀ, କେନ୍ଦୁଝର, ମାଲକାନଗିରି, ବରଗଡ ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ସଂଭାବନା ରହିଛି ।

Leave A Reply

Your email address will not be published.