Latest Odisha News

BREAKING NEWS

ଭାଗ୍ୟ ହେଲା ବଇରୀ; ପଡ଼ୋଶୀ ଆକ୍ରମଣରେ ବାପପୁଅ ପଙ୍ଗୁ, ମାଗୁଛନ୍ତି ସାହାଯ୍ୟ

ପାରାଦୀପ: ଭାଗ୍ୟ ଯେବେ ବଇରୀ ହୁଏ ସବୁକିଛି ଓଲଟ ପାଲଟ ହୋଇଯାଏ । ଏମିତି ହିଁ ଏହି ବାପପୁଅଙ୍କ ପାଇଁ ନିୟତି ନିଷ୍ଠୁର ହୋଇ ପଡ଼ିଛି । ଅଭାବୀ ପରିବାରର ଦୁଇ ଦୁଇଜଣ ରୋଜଗାରିଆ ମଣିଷ ଆଜି ପଙ୍ଗୁ ପ୍ରାୟ । ଯେଉଁ ହାତ ଗୋଡ଼ ଦିନେ ଅହରହ ପରିଶ୍ରମ କରି ପରିବାର ପୋଷୁଥିଲା ଆଜି ଶଯ୍ୟାରେ ପଡ଼ି ଜୀବନ ରକ୍ଷା ପାଇଁ ଭିକ୍ଷ ମାଗୁଛି । ପଡ଼ୋଶୀଙ୍କ ଆକ୍ରମଣ ଯୋଗୁଁ ଅଭିଶପ୍ତ ପାଲଟି ଯାଇଛି କୁଜଙ୍ଗ ବ୍ଲକ ଦୁଆଡ଼ିଆ ବାଲିସାହି ଗାଁର ଅଭିମନ୍ୟୁ ଓ ପୁଅ ସନ୍ତୋଷଙ୍କ ଜୀବନ ।

ପ୍ରାୟ ୩ ମାସ ତଳେ ଅଭିମନ୍ୟୁ ଦଳାଇଙ୍କ ବଡ଼ ପୁଅ ସନ୍ତୋଷଙ୍କ ସହ ପଡ଼ୋଶୀ ବୁଟୁ ବେହେରାଙ୍କ ଝଗଡ଼ା ହୋଇଥିଲା । ଆଉ ଏହା ପରେ ଅଭିମନ୍ୟୁଙ୍କୁ ଆକ୍ରମଣ କରିଥିଲେ ବୁଟୁ । ଅଭିମନ୍ୟୁଙ୍କୁ ମେଡିକାଲ ନେବା ବାଟରେ ପୁଣି ଥରେ ବାପପୁଅଙ୍କୁ କୁଜଙ୍ଗ ବଳରାମପୁର ଗଡ଼ା ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲା ବୁଟୁ । ଫଳରେ ଅଭିମନ୍ୟୁ ଓ ସନ୍ତୋଷଙ୍କ ଗୋଡ଼ ହାଡ଼ ଭାଙ୍ଗି ଯାଇଛି । ସେବେଠୁ ବାପପୁଅ ଅର୍କମଣ୍ୟ ହୋଇ ପଡ଼ିଛନ୍ତି ।

ଅନ୍ୟପଟେ ଅଭିଯୁକ୍ତ ବୁଟୁ ଜେଲରେ ରହିଛି । ଆକ୍ରମଣ ପରେ ବାପପୁଅ ଚାଲି ପାରୁ ନଥିବାରୁ କାମଧନ୍ଦା କରି ପାରୁ ନାହାନ୍ତି । ଚିକିତ୍ସା ସହ ପରିବାର ପ୍ରତିପୋଷଣ ପାଇଁ ସାହାଯ୍ୟ ନିବେଦନ କରିଛନ୍ତି । ପଡ଼ୋଶୀଙ୍କ ରାଗ ଓ କଳି ଗୋଟିଏ ପରିବାର ଜୀବନକୁ ନର୍କ କରି ଦେଇଛି । ଜୀବନ ତ ଅଛି ହେଲେ ନିର୍ଜୀବ ଭଳି । ଅସହାୟ ପରିବାରକୁ ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.