Latest Odisha News

BREAKING NEWS

ଘୂର୍ଣ୍ଣିବଳୟ ଯୋଗୁଁ ୧୨ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଓଡିଶାର କିଛି ସ୍ଥାନରେ ନଭେମ୍ବର ୧୨ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି । ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ଏବଂ ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି “ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି । ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି ମାତ୍ର ବିଭିନ୍ନ ମଡେଲ୍ଗୁଡ଼ିକ ମଧ୍ୟରେ ତାରତମ୍ୟ ରହିଛି” ସେ ବୋଲି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଏହା ଏକ ଘୁର୍ଣ୍ଣିଝଡ଼ ଭାବେ ନଭେମ୍ବର ୧୫ ବେଳକୁ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ ବୋଲି କେତେକ ମଡେଲ୍ ସୂଚାଉଥିବାବେଳେ ଅନ୍ୟ କେତେକ ମଡେଲ୍ ସୂଚାଉଛି ଯେ ଏହି ଘୂର୍ଣ୍ଣିବଳୟ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ନଭେମ୍ବର ୧୩ ତାରିଖ ସୁଦ୍ଧା ଡିପ୍ ଡିପ୍ରେସନର ରୂପ ନେବ ଏବଂ ତା’ପରେ କ୍ରମେ ଏହା ଦୂର୍ବଳ ହେବ । ଏହି ସମୟରେ ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାରେ ନଭେମ୍ବର ୧୨- ୧୫ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଡ. ସାହୁ କହିଛନ୍ତି ।

ଉତ୍ତର ପଶ୍ଚିମ ଭାରତରେ ସୃଷ୍ଟ ପ୍ରଦୂଷଣ ହେତୁ ଓଡ଼ିଶାରେ ପାଗ କୁହୁଡିଆ ରହୁଛି ଓ ଉତ୍ତର-ପଶ୍ଚିମ ତଥା ଉତ୍ତର-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ଆଡ଼କୁ ପ୍ରବାହିତ ବାୟୁ ଦ୍ୱାରା ଏହି ପ୍ରଦୂଷଣକାରୀ ପଦାର୍ଥଗୁଡ଼ିକ ପୂର୍ବ ଦିଗକୁ ଆସୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.