Latest Odisha News

BREAKING NEWS

ଜାଣନ୍ତୁ, ସଚିନଙ୍କ କେଉଁ ଗୋଟିଏ ରେକର୍ଡକୁ ଭାଙ୍ଗି ପାରିବେନି ବିରାଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି ଙ୍କ କ୍ୟାରିୟର୍ ଗ୍ରାଫ୍ ଯେତିକି ଯେତିକି ବଢିବାରେ ଲାଗିଛି, ସେ ସେତିକି ନୂଆ ରେକର୍ଡ ହାସଲ କରିବା ସହ ବିଭିନ୍ନ ବ୍ୟାଟ୍ସମ୍ୟାନଙ୍କ ରେକର୍ଡ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଙ୍ଗି ଚାଲିଛନ୍ତି। କିଛିଦିନ ପୂର୍ବେ ବରାଟ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ (ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚରେ ଦ୍ରୁତ ୧୦ ହଜାର ରନ୍) ରେକର୍ଡ ଭାଙ୍ଗିବାରେ ସଫଳ ହୋଇଥିଲେ ।

ଏଥିସହିତ ବିରାଟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ (ଭାରତ ପକ୍ଷରୁ ଚତୁର୍ଥ ସର୍ବାଧିକ ରନ୍ ସଂଗ୍ରହ) ରେକର୍ଡ ମଧ୍ୟ ଭାଙ୍ଗି ଥିଲେ ।

ଖେଳାଳୀ ମାନଙ୍କ ରେକର୍ଡ ଭାଙ୍ଗି ଚାଲିଥିଲେ ମଧ୍ୟ ‘ରନ୍ ମେସିନ୍’ ଭାବେ ଜଣାଶୁଣା କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ କେବଳ ଏହି ଗୋଟିଏ ରେକର୍ଡକୁ ଭାଙ୍ଗି ପାରିବେନି ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ ।

ଏନେଇ ସେହୱାଗ୍ କହିଛନ୍ତି “ତେନ୍ଦୁଲକର ଉଭୟ ଏକଦିବସୀୟ ଓ ଟେଷ୍ଟ ମ୍ୟାଚ୍‌‌‌ରେ ସର୍ବାଧିକ ରନ୍ ହାସଲ କରିଛନ୍ତି । ଏଥିସହିତ ସଚିନ୍ ପ୍ରାୟ ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳି ୫୩.୭୮ ହାରରେ ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି। ସଚିନଙ୍କ ଏହି ରେକର୍ଡକୁ ଭାଙ୍ଗିବାକୁ କୋହଲି ଙ୍କ ପକ୍ଷେ ଅତ୍ୟନ୍ତ କଷ୍ଟସାଧ୍ୟ ହେବ ।

ସେହୱାଗ ଆହୁରି ମଧ୍ୟ କହିଛନ୍ତି “ସଚିନ ଖେଳିଥିବା ୨୦୦ଟି ଟେଷ୍ଟ ମ୍ୟାଚର ରେକର୍ଡ ଭାଙ୍ଗିବା ପାଇଁ ହେଲେ ବିରାଟଙ୍କୁ ଆହୁରି ୨୪ ବର୍ଷ କ୍ରିକେଟ ଖେଳିବାକୁ ପଡିବ” ।

Leave A Reply

Your email address will not be published.