Latest Odisha News

BREAKING NEWS

ଦକ୍ଷିଣ ଛତିଶଗଡ ଉପରେ ଅବପାତ ! ଉପକୂଳ ଓଡିଶାରେ ୫ ଦିନ ବର୍ଷା ହେବ ସୂଚନା

ଭୁବନେଶ୍ୱର: ଦକ୍ଷିଣ ଛତିଶଗଡ ଉପରେ ଅବପାତ। ବର୍ତ୍ତମାନ ଏହା ଭବାନୀପାଟଣା ଠାରୁ ପଶ୍ଚିମ -ଉତ୍ତର-ପଶ୍ଚିମ ଦିଗରେ ୧୯୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି। ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ଆକଳନ କରିଛି ପାଣିପାଗ କେନ୍ଦ୍ର। ୧୩ ତାରିଖ ଯାଏଁ ଓଡିଶା ଉପକୂଳ ଅଶାନ୍ତ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ।

BjdElectrycity

ଏହାରି ଭିତରେ ପୁଣିଥରେ ସକ୍ରିୟ ହୋଇଛି ମୌସୁମୀ । ଆହୁରି ୫ ଦିନ ବର୍ଷା ହେବ ବୋଲି ସୂଚନା ରହିଛି। ଆସନ୍ତା ୫ ଦିନ ଉପକୂଳ ଓଡିଶାରେ ବର୍ଷା ଲାଗି ରହିବ। ତେବେ ଲଘୁଚାପ ପ୍ରଭାବରେ ସୋମବାର ଉତର ଓଡିଶାରେ ପ୍ରବଳ ବର୍ଷା ହେବ। ବାଲେଶ୍ୱରର ଅଧିକ ବର୍ଷା ହେବ ବୋଲି ଆକଳନ ହୋଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଜଣାପଡିଛି। ଜଗତସିଂହପୁର, କେନ୍ଦ୍ରାପଡା ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । କିନ୍ତୁ ଦକ୍ଷିଣରେ କମ୍ ବର୍ଷା ହୋଇପାରେ ।

ଆଜି ରାଜ୍ୟରେ ୧୦ଟି ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ବରଗଡ, ନୂଆପଡା, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ବର୍ଷା ହୋଇପାରେ। ଏପରିକି ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେଂଟିମିଟର ଯାଏଁ ବର୍ଷା ହୋଇପାରେ।

ସେହିପରି ୧୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି ।

ମୟୂରଭଞ୍ଜ ଉପରମୁଣ୍ଡରେ ବର୍ଷା ହେବାରୁ ନଦୀ ପାଣି ତଳମୁଣ୍ଡକୁ ବୋହିଆସିଛି । ଏହାର ପ୍ରଭାବରେ ବସ୍ତା ମଥାନୀଠାରେ ଥିବା ଜଳକା ନଦୀ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ଏହା ନିକଟରେ ପ୍ରବାହିତ ହେଉଛି । ସେହିପରି ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.