Latest Odisha News

BREAKING NEWS

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆସୁଛି ଲଘୁଚାପ । ଏପ୍ରିଲ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘୂର୍ଣ୍ଣିବଳୟ ସୃଷ୍ଟିର ୨୪ ଘଣ୍ଟା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତେବେ ଏହାର ପ୍ରଭାବ କିଭଳି ରହିବ ଓ କେଉଁ ଅଞ୍ଚଳରେ ବର୍ଷା ପବନ ହେବ ସ୍ପଷ୍ଟ ହୋଇନି । ଓଡ଼ିଶା ଉପରେ କଣ ପ୍ରଭାବ ପଡ଼ିବ ଜଣା ପଡିନାହିଁ ।

ଏବେ ରାଜ୍ୟରେ କ୍ରମାଗତ ଭାବରେ ବଢୁଛି ତାତି । ପାଣିପାଗ ବିଭାଗ ସୂଚନା ଦେଇଛି, ଆଗାମୀ ୪-୫ ଦିନ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

କିଛି ସହରରେ ତାତି ୪୧ ଡିଗ୍ରୀ ପାର କରିଛି । ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ତାତି କମିବା ସମ୍ଭାବନା ରହିଛି ।

Leave A Reply

Your email address will not be published.