Latest Odisha News

BREAKING NEWS

ଶର୍ମିଷ୍ଠାଙ୍କ ବେଡରୁମରୁ ମିଳିଲା ନିରଞ୍ଜନଙ୍କ ଡାଏରୀ, ମେମୋରୀ ଚିପ୍ କେଉଁଠି ?

ମେମୋରୀ ଚିପ୍ ନେଇ ଶର୍ମିଷ୍ଠା କି ନିରଞ୍ଜନ କେହି ମୁହଁ ଖୋଲୁ ନାହାନ୍ତି

ଭୁବନେଶ୍ୱର: ତଦନ୍ତ ବଢୁଛି । ଫିଟୁଛି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାର ଗୁମର । କ୍ରାଇମବ୍ରାଞ୍ଚ ରହସ୍ୟ ଭେଦୁଛି । ରିମାଣ୍ଡରେ ନେଇ ଜେରା ବେଳେ ୪ ଅଭିଯୁକ୍ତ ବଖାଣିଛନ୍ତି ମାନସ ଅପହରଣ ଓ ହତ୍ୟାର ସତ । ଗତକାଲି ରିମାଣ୍ଡରେ ଶେଷ ଦିନରେ ତଦନ୍ତକାରୀ ଟିମ୍ ହାତରେ ବଳିଷ୍ଠ ତଥ୍ୟ ପ୍ରମାଣ ଲାଗିଛି । ଶର୍ମିଷ୍ଠାଙ୍କ ଘରୁ ମିଳିଛି ନିରଞ୍ଜନଙ୍କ ଡାଏରୀ । କୁହାଯାଉଛି ସେହି ଡାଏରୀରେ ନିରଞ୍ଜନଙ୍କ ବ୍ୟକ୍ତିଗତ ତଥ୍ୟ ରହିଛି ।

ଗତକାଲି ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ସାଙ୍ଗରେ ଧରି ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ଅଫିସରେ କ୍ରାଇମସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ । ଫେବ୍ରୁଆରୀ ୭ ତାରିଖରେ ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସ ଆଣିଥିଲେ । ସେଠାରେ ନିରଞ୍ଜନ ପହଞ୍ଚିଥିଲେ । ମାନସଙ୍କୁ ଆକ୍ରମଣ ବି କରିଥିଲେ ନିରଞ୍ଜନ । ମାନସଙ୍କୁ ଅପହରଣ ଓ ହତ୍ୟା ମାମଲାରେ ବହୁ କଥା ନିରଞ୍ଜନ ମାନିଛନ୍ତି ।

ନିରଞ୍ଜନ, ଶର୍ମିଷ୍ଠାଙ୍କ ସମେତ ଅନ୍ୟ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିଲେ ବି କଣ ପାଇଁ ହତ୍ୟା କଲେ ଏଯାଏ କହି ନାହାନ୍ତି । ଏନେଇ କ୍ରାଇମବ୍ରାଞ୍ଚ ବି କୌଣସି ସୂଚନା ଦେଇନି । ସବୁଠୁ ବଡ଼ କଥା ହେଲେ ମେମୋରୀ ଚିପ୍ ରହସ୍ୟ ଉପରୁ ଏଯାଏ ଉଠିନି ପରଦା ।

କୁଆଡ଼େ ଗଲା ମେମୋରୀ କାର୍ଡ ? ସେଥିରେ ଏମିତି କଣ ଥିଲା ? ଯେଉଁଥିପାଇଁ ମାନସଙ୍କୁ ଅତି ଜଘନ୍ୟ ଭାବରେ ହତ୍ୟା କଲେ ଶର୍ମିଷ୍ଠା ଏଣ୍ଡ କୋ । ସେନେଇ ଶର୍ମିଷ୍ଠା ନା ନିରଞ୍ଜନ କେହି ମୁହଁ ଖୋଲି ନାହାନ୍ତି ।

ଗତକାଲି ୪ ଅଭିଯୁକ୍ତଙ୍କର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସେମାନଙ୍କୁ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ । ଅଧିକ ତଥ୍ୟ ହାସଲ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ କରିପାରେ । ଆଉ କେଉଁମାନଙ୍କୁ କେତେ ଦିନ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ତାଉପରେ ନଜର ରହିଛି ।

Leave A Reply

Your email address will not be published.