Latest Odisha News

ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର, ଆଜି ଠାରୁ ପ୍ରବଳ ବର୍ଷା

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଓ ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି ସୃଷ୍ଟ ଅବପାତ। କାଲି ସକାଳ ସୁଦ୍ଧା ଏହା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ ।

ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୩ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୭ ଜିଲ୍ଲାକୁ ଅରେଞ୍ଜ ଓ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଅନ୍ୟପଟେ ଆସନ୍ତାକାଲି ପାଇଁ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅନ୍ୟପଟେ ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୨ ଦିନ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Comments are closed.