Latest Odisha News

BREAKING NEWS

Low Pressure: ଲଘୁଚାପ ଆଣୁଛି ବଡ଼ ବର୍ଷା: ବାତ୍ୟା ଆଶଙ୍କା, ଚାଷୀଙ୍କ ମନରେ ଛନକା

ଭୁବନେଶ୍ବର: ଲଘୁଚାପ ଆଣୁଛି ବଡ଼ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଦିନକ ପରେ ୨୪ ତାରିଖରେ ଅଧିକ ଘନୀଭୂତ ହୋଇ ଏହା ଡିପ୍ରେସନର ରୂପ ନେବ। ଏହା ପରେ ଘନୀଭୂତ ହୋଇ ୨୬ କିମ୍ବା ୨୭ ବେଳକୁ ବାତ୍ୟାର ରୂପ ନେବ। ଏନେଇ ବିଭିନ୍ନ ପାଣିପାଗ ମଡେଲରେ ଆକଳନ କରାଯାଇଛି।

ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରୀୟ ଷ୍ଟ୍ରେଟ ଅଫ ମଲାକ୍କା ନିକଟରେ ସୃଷ୍ଟି ହୋଇଛି ଘୂର୍ଣ୍ଣିଳୟ । ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବ। ଏହି ଘୂର୍ଣ୍ଣିବଳୟ ପାଇଁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ ଓ ୨୪ ତାରିଖ ବେଳକୁ ଦକ୍ଷିଣ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ୍‌ ୨୬ ତାରିଖ ବେଳକୁ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ବାତ୍ୟା ଆଶଙ୍କା କରାଯାଉଛି।

ଲଘୁଚାପ କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହେବା ସହ ୨୪ ତାରିଖ ବେଳକୁ ଡିପ୍ରେସନରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମୁହାଁ ହୋଇ ଅଧିକ ଘନୀଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିନ୍ତୁ ବାତ୍ୟା ହେଲେ କୁଆଡ଼େ ରହିବ ଏହାର ଗତିପଥ। ଅଧିକାଂଶ ମଡେଲରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ କିମ୍ବା ଉତ୍ତର ତାମିଲନାଡୁ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ଅନୁମାନ କରାଯାଇଛି।

ପାଣିପାଗର ଏଭଳି ଆକଳ ନେଇ ଚାଷୀଙ୍କ ମନରେ ଛନକା ପଶିଛି। ଚଳିତ ବର୍ଷ ବାତ୍ୟା ଓ ବର୍ଷା ଆଶଙ୍କାରେ ଦିନ କାଟୁଛନ୍ତି ଚାଷୀ। ଏବେ ଅମଳ ସମୟ ଆରମ୍ଭ ହୋଇଥିଲେ ମଧ୍ୟ ବିଲରେ ପାଣି ରହିଛି। ପୁଣି ଧାନ ଅମଳ ପାଇଁ ଶ୍ରମିକ ଅଭାବ ଚିନ୍ତା ବଢ଼ାଇଛି। ସାମାନ୍ୟ ବର୍ଷା ହେଲେ ବି ବିଲରେ ଥିବା ପାଚିଲା ଧାନ ନଷ୍ଟ ହେବ ବୋଲି ଚାଷୀମାନେ କହୁଛନ୍ତି।

Comments are closed.