Latest Odisha News

ବନ୍ଧା ହେଲେ କୁବେର ଯନ୍ତ୍ରୀ, ଠାବ ହେଲା ଆଖି ଖୋସା ସଂପତ୍ତି

ଭୁବନେଶ୍ଵର: ଆଖି ଖୋସା ସଂପତ୍ତି ଠାବ ପରେ ବନ୍ଧା ହେଲେ କୁବେର ଯନ୍ତ୍ରୀ । ଗିରଫ ହେଲେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ । ଯନ୍ତ୍ରୀ ସୁନିଲ ରାଉତଙ୍କୁ ଗିରଫ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଗତକାଲି ତାଙ୍କର ୩୪ଟି ପ୍ଲଟ, ୨ଟି କୋଠା, ୨ଟି ଫ୍ଲାଟ ଏବଂ ବିପୁଳ ପରିମାଣର ଅଳଙ୍କାର ଠାବ ହୋଇଥିଲା । ଆଜି ମଥୁରାରେ ମଧ୍ୟ ଏକ ଫ୍ଲାଟ ଠାବ କରିଥିଲା ଭିଜିଲାନ୍ସ ଟିମ୍‌ ।

ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲୋୟର ଶୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଉତ୍ତରପ୍ରଦେଶ ମଥୁରାରେ ୨ଟି ପ୍ଲଟ ସହ ବିଭିନ୍ନ ବୀମା କମ୍ପାନୀରେ ୨.୨୬ କୋଟିର ଜମା ଠାବ କରିଛି ଭିଜିଲାନ୍ସ ।

ସେହିପରି ଢେଙ୍କାନାଳ ସପ୍ତଶଯ୍ୟାରେ ୮ ଏକର ଫାର୍ମ ହାଉସରେ ୨ଟି କୋଠା ଠାବ ହୋଇଛି। ଫାର୍ମ ହାଉସରେ ଗାଈ, ଦେଶୀ କୁକୁଡା, ବତକ ଫାର୍ମ ରହିଛି। ଗତକାଲି ଭୁବନେଶ୍ବର, ପୁରୀ, ଢ଼େଙ୍କାନାଳରୁ ୩୪ଟି ପ୍ଲଟ୍‌ ଓ ୨ଟି ଫ୍ଲାଟ ମିଳିଥିଲା। ସେହିପରି ୨ଟି ଟ୍ରକ୍‌, ୨ଟି ଚାରିଚକିଆ, ୪ଟି ବାଇକ୍‌ ସହ ସୁନା ଅଳଙ୍କାର ମିଳିଥିଲା। କେବଳ ସେତିକି ନୁହେଁ ବାବୁଙ୍କ ଘରୁ ନଗଦ ୨ ଲକ୍ଷ ୩୪ ହଜାର ୧୨୦ ଟଙ୍କା, ୧୭୬ ଗ୍ରାମ୍‌ର ସୁନା ଗହଣା, ୫୦୦ ଗ୍ରାମର ରୁପା, ୧୫ ଲକ୍ଷ ଟଙ୍କାର ଆସବାବପତ୍ର ଜବତ କରାଯାଇଛି।

Comments are closed.